ହତ୍ୟାକାରୀକୁ ଗିରଫ ଦାବିରେ ରାସ୍ତାରୋକ, କୂଅରୁ ମିଳିଥିଲା ୨ ଦିନ ହେବ ନିଖୋଜ ଥିବା ଯୁବକଙ୍କ ମୃତଦେହ

Published By : Prameya-News7 Bureau | December 10, 2020 IST

କାମାକ୍ଷାନଗର ୧୦।୧୨: କାମାକ୍ଷାନଗର ଥାନା ବାଇସିଙ୍ଗା ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ ଗ୍ରାମବାସୀ । ହତ୍ୟାକାରୀକୁ ଗିରଫ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି ।

{"id":375534,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବୁଧବାର ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ହେଲେ ବାଇସିଙ୍ଗା ଗ୍ରାମର ଅଦୈତ ନାୟକ । ଦୁଇ ଦିନ ହେବ ଅଦୈତ ନିଖୋଜ ଥିଲେ । ବୁଧବାର କୂଅରୁ ମୃତଦେହ ଉଦ୍ଧାର ହେବାପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ତୁରନ୍ତ ଗିରଫ ଓ ମୃତ ଯୁବକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩ ଅବରୋଧ କରିଛନ୍ତି ପରିବାର ଓ ଗ୍ରାମବାସୀ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.