ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା, BOଙ୍କୁ ଫେରାଦି ହେଲେ ଗ୍ରାମବାସୀ

Published By : Prameya-News7 Bureau | December 03, 2022 IST

ଚଣ୍ଡୀଖୋଲ ୦୩/୧୨: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗୋଡିମାଗୁରା ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ସିଆଇସିସିଙ୍କ ବିରୋଧରେ BOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସୂଚନା ଅନୁଯାଇ ଗୋଡିମାଗୁରା ଉଚ୍ଚ ବିଦ୍ୟାଳୟର ଦୀର୍ଘ ଦିନ ହେବ ବିଦ୍ୟାଳୟ ଗୃହ ମରାମତି ହେଉନଥିବା ବେଳେ ବିପଦସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ ମାନେ । ଅନ୍ୟପଟେ ବିଦ୍ୟାଳୟରେ ଯେଉଁ shg ମହିଳା ମାନେ ମଧ୍ୟାନଭୋଜନ ରୋଷେଇ କରୁଥିଲେ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରିବାରୁ ନିବୃତ ରଖାଯାଇଛି ।

ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ crcc ଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏ ନେଇ ଗ୍ରାମବାସୀ ମାନେ ବଡ଼ଚଣା ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରସ୍ଥ ହେବା ସହ bo ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସବୁ ସମସ୍ୟାର ଖୁବ ଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.