ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ପଞ୍ଚାୟତ ଘେରିଲେ ଗ୍ରାମବାସୀ, ବିଡିଓ କହିଲେ...

Published By : Prameya-News7 Bureau | August 10, 2021 IST

କେନ୍ଦୁଝର,୧୦/୮: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉରିପଦା ପଞ୍ଚାୟତରେ ଗତ ସୋମବାର ଦିନ ପଞ୍ଚାୟତବାସୀଙ୍କ ଦ୍ୱାରା ଆବାସ ଯୋଜନାକୁ ନେଇ ପଂଚାୟତ ଘେରାଉ କରାଯାଇଥଲା । ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, ଚାକିରୀ, ଧନୀ, ପ୍ରଭାବ ଶାଳୀ ଲୋକଙ୍କ ନାମରେ ଏକାଧିକ ଆବାସ ଯୋଜନାରେ ସାମିଲ କରାଯାଉଛି । ପ୍ରକୃତ ହିତାଧିକାରୀଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ଆବାସରେ ସାମିଲ କରାଯାଉନି ଆଦିକୁ ନେଇ ପଞ୍ଚାୟତକୁ ଘେରିଥିଲେ ପଞ୍ଚାୟତ ବାସୀ । ଦୀର୍ଘ ଚାରିଘଣ୍ଟା ଧରି ପଞ୍ଚାୟତ ଘେରାଉ ସହିତ ସରପଂଚଙ୍କୁ ଅଟକ ରଖି ଜବାବା ମାଗିଥିଲେ  ପଞ୍ଚାୟତ ବାସୀ । 

ଆଜି ବାଉରିପଦା ପଞ୍ଚାୟତବାସୀ ମିଳିତ ଭାବେ ବ୍ଲକ କାର୍ଯ୍ୟାୟଳକୁ ଯାଇ ବାଉରିପଦା ପଞ୍ଚାୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉନି । ଯଦି ଜଣେ ଅଧେ ଗୋରିବ ଲୋକଙ୍କୁ ଆବାସ ଦିଆଯାଉଛି ତାଙ୍କ ଠାରୁ ଦଲାଲଙ୍କ ଦ୍ଵାରା ଜୋର ଜବରଦସ୍ତ ଟଙ୍କା ମଗାଯାଉଛି । ଏହାର ସ୍ୱଚ୍ଛତା ଅଣାଯାଉ ଏବଂ ପ୍ରକୃତ  ହିତାଧିକାରୀ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କରାଯିବ ବୋଲି ଗ୍ରାମବାସୀଙ୍କ ତରଫରୁ ବିଡ଼ିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତିକରି ଗୋଷ୍ଠି ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନ କହିଛନ୍ତି, ବାଉରିପଦା ପଞ୍ଚାୟରେ ପ୍ରତିଟି ହିତାଧିକାରୀଙ୍କର ପାରିପାର୍ଶିକ ପରିସ୍ଥିତିକୁ ତଦନ୍ତକାରୀ ଦଳ ତଦନ୍ତ କରିବେ । ତାପରେ ଆବାସ ଯୋଜନାରେ ସାମିଲ କରାଯିବ । ଯେମିତି କେହି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅଭିଯୋଗରେ ମିତ୍ରଭାନୁ ମହାନ୍ତ, ତରତ ମହାନ୍ତ, ପରମେଶ୍ୱର ମହାନ୍ତ, ପଞ୍ଚାନନ ନାଇକ, ବଳିଆ ନାଇକ, ଖଗେଶ୍ୱର ମହାକୁଡ଼, ଘନଶ୍ୟାମ ମହାନ୍ତ, ଲଷ୍ମୀଧର ମହାନ୍ତ, ଗଙ୍ଗାଧର ମହାନ୍ତ, ଯଗବନ୍ଧୁ ମହାନ୍ତ, ଲମ୍ବୋଦର ମହାନ୍ତ, ସମେତ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସୁବଜ ବ୍ରମା ମହାନ୍ତ, ଜିଲ୍ଲା ବେଜେପି ଯୁବ ମୋର୍ଚ୍ଚା ସଭାପତି ଅକ୍ଷୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.