JSW ପ୍ରକଳ୍ପ ପାଇଁ ସୀମା ନିର୍ଦ୍ଧାରଣକୁ ବିରୋଧ : ଆନ୍ଦୋଳନରେ ସ୍କୁଲ ପିଲା, ଆଜି ବି ଫେରିଲା ପୋଲିସ

Published By : Prameya-News7 Bureau | December 20, 2021 IST

ଜଗତସିଂହପୁର ୨୦।୧୨: ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ପାଇଁ ମାହାଳଠାରେ ସୀମା ନିର୍ଦ୍ଧାରଣକୁ ନେଇ ବଢୁଛି ଅଡୁଆ ।  ଢିଙ୍କିଆ ପଞ୍ଚାୟତରୁ ମାହାଳ ଗାଁକୁ ଅଲଗା କରି ନୂଆ ଭାବେ ରାଜସ୍ବ ଗ୍ରାମ କରାଯିବା ପରେ ଏବେ ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ ପାଇଁ ପ୍ରୟାସ ଆରମ୍ଭ ହେଉଛି । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି ।

{"id":562332,"width":755,"height":340,"sizeSlug":"full","linkDestination":"none"}

ପୂର୍ବରୁ ଲୋକଙ୍କ ବିରୋଧ ଯୋଗୁଁ ପ୍ରଶାସନ ଫେରିଆସିଥିବା ବେଳେ ପୁଣି ସୋମବାର ବ୍ୟାପକ ପୋଲିସ ନେଇ ଘଟଣାସ୍ଥଳକୁ ଯାଇଥିଲେ । ହେଲେ ବି ପୋଲିସକୁ ସାମ୍ନା କରିବାକୁ ଲୋକମାନେ ପ୍ରସ୍ତୁତ ହୋଇ ରହିଥିବାର ଦେଖାଯାଇଥିଲା । ଏଥି ସହିତ ଦୁଇ ଦିନ ହେବ ଏହି ଅଞ୍ଚଳର ସ୍କୁଲ ପିଲାମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପିଲାଙ୍କୁ ଆଗକୁ ଛାଡି ପଛରେ ଆନ୍ଦୋଳନକାରୀମାନେ ରହିଥିବା ଦେଖିବାକୁ ମିଳିଛି । ପିଲାମାନଙ୍କ ପ୍ରତିବାଦ ଯୋଗୁଁ ବାଧ୍ୟ ହୋଇ ଘଟଣାସ୍ଥଳରୁ ପୋଲିସ ଫେରିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.