ଦୁଇ ଯୁବତୀଙ୍କ ମଧ୍ୟରେ ସମଲିଙ୍ଗୀ ସଂପର୍କକୁ ବିରୋଧ, ଜଣଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ

Published By : Prameya-News7 Bureau | May 22, 2019 IST

ଜଗତସିଂହପୁର ୨୨|୫:  ଧାବିକା ଦୂତୀ ଚାନ୍ଦଙ୍କ ସମଲିଙ୍ଗୀ ସଂପର୍କକୁ ନେଇ ରାଜ୍ୟରେ ଚର୍ଚ୍ଚା ଲାଗିରହିଥିବାବେଳେ ସେମିତି ଆଉ ଏକ ଘଟଣା ଜଗତସିଂହପୁର ଜିଲ୍ଲାରେ ସାମ୍ନାକୁ ଆସିଛି । ଗତକାଲି ଦୁଇ ଯୁବତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ପରିବାର ଓ ଗ୍ରାମବାସୀ ବିରୋଧ କରିଥିଲେ । ଜଣଙ୍କୁ ଗଛରେ ବାନ୍ଧି ଦେଇଥିଲେ ଗ୍ରାମବାସୀ । ତେବେ ସଦର ଥାନା ଚାନ୍ଦୋଳ ଗାଁର ଏମିତି ଘଟଣା ଘଟିଛି । ଗ୍ରାମବାସୀଙ୍କ ଦ୍ବାରା ଅଟକ ଥିବା ଜଣେ ଯୁବତୀଙ୍କୁ ପୋଲିସ ଉଦ୍ଧାର ତଦନ୍ତ କରୁଛି ।

{"id":114684}

ସୂଚନାଯୋଗ୍ୟ ଯେ, ଉଭୟେ ଗୋଟିଏ ଗାଁର ଏବଂ ଗୋଟିଏ ଶ୍ରେଣୀରେ ପାଠ ମଧ୍ୟ ପଢୁଥିଲେ । ଗତ ୧୫ତାରିଖରୁ ଘର ଛାଡି କୋଲକାତା ପଳାଇ ଯାଇଥିଲେ । ଘରଲୋକ ଏ ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ । ପୋଲିସ ଉଭୟଙ୍କୁ ଖୋଜାଖୋଜି ମଧ୍ୟ କରିଥିଲା । ଉଭୟେ ୨୦ ତାରିଖରେ ଗାଁକୁ ଫେରି ଜଗତସିଂହପୁର ଥାନାରେ ହାଜର ହୋଇଥିଲେ । ଆପୋଷ ବୁଝାମଣା ପରେ ଉଭୟଙ୍କୁ ଉଭୟଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଗତକାଲି ପୁଣି ଉଭୟ ଭେଟିବାକୁ ଉଦ୍ୟମ କରିବାରୁ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଥିଲେ । ଗ୍ରାମବାସୀ ଜଣଙ୍କୁ ଗଛରେ ବାନ୍ଧି ଦେଇଥିଲେ । ଖବର ପାଇ ଜଗତସିଂହପୁର ପୋଲିସ ଗାଁରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.