ମଣିଷ ଶିକାର ପାଇଁ ଜଗିବସିଛି କଲରାପତରିଆ ବାଘ, ଗୁଣ୍ଡୁରି ପଞ୍ଚାୟତରେ ପଡିଲାଣି ତାଟି କବାଟ

Published By : Prameya-News7 Bureau | March 13, 2019 IST

କଳାହାଣ୍ଡି ୧୩|୩ (ମହମ୍ମଦ ଆସଲମ) : ଗାଈ, ଛେଳି ମେଣ୍ଢା, ବୋଦା ଆଦି ମାରି ଖାଇବା ପରେ ଏବେ ମଣିଷ ମାରି ଖାଇବାକୁ ଅପେକ୍ଷା କରିଛି କଲରାପତରିଆ ବାଘ । ଏପଟେ ଲୋକେ ମଧ୍ୟ ଭୟରେ ଘରୁ ବାହାରକୁ ଗୋଡ଼  କାଢୁ ନାହାନ୍ତି । କଲରାପତରିଆ ବାଘ ଭୟରେ ଆତଙ୍କିତ କଳାହାଣ୍ଡି ଜିଲ୍ଲା ଗୁଣ୍ଡୁରି ପଞ୍ଚାୟତର ୧୧ ଖଣ୍ଡ ଗାଁ । ଆଶଙ୍କାରେ ଦିନ କାଟୁଛନ୍ତି ଲୋକେ ।

{"id":93247}

ଚାରିଆଡ଼ ଶୂନଶାନ୍ । ପିଲାଙ୍କ ଅଙ୍ଗନୱାଡି କେନ୍ଦ୍ରରେ ବି ଝୁଲୁଛି ତାଲା ।ଘର ଏରୁଣ୍ଡି ବନ୍ଧରେ ପିଲାଛୁଆ ଧରି ଏକାଠି ବସି ରହୁଛନ୍ତି ପୂରା ପରିବାର । ଆଖିରେ କଲରାପତରିଆ ବାଘର ଆତଙ୍କ । ଘନ ଅନ୍ଧାରରେ ଶୁଭୁଥିବା ବାଘର ଗର୍ଜନ ଦିନରେ ବି ଏମାନଙ୍କୁ ଡରାଉଛି । କେତେବେଳେ କେଉଁ ମୁହୂର୍ତ୍ତରେ ବାଘ ମୁହଁରେ ପଡି ଜୀବନ ଯିବ ସେଇ ଭୟରେ କଟୁଛି ଦିନ । କଳାହାଣ୍ଡି ଜିଲ୍ଲା ନାନ୍ଦକନା ସଂରକ୍ଷିତ ଜଙ୍ଗଲରେ ଗୁଣ୍ଡରୀ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗତ ଦୁଇମାସ ହେବ ଏକ କଲରାପତଚରିଆ ବାଘ ଖେଳାଇଛି ଆତଙ୍କ ।୨୦ରୁ ଅଧିକ ଗାଈ, ମେଣ୍ଢା, ମଇଁଷି ଆଦିଙ୍କ ଜୀବନ ନେଲାଣି ।

{"id":93086}

ଜଙ୍ଗଲ ଭିତରେ ଥିବା ଏହି ପଞ୍ଚାୟତରେ ପ୍ରାୟ ୧୧ଟି ଗାଁ ରହିଛି । ସେଥିମଧ୍ୟରୁ ନାନ୍ଦକନା, ଜାମକଣା, ବାତୁଆ, ଲହେଡା ଆଦି ଗାଁରେ କଲରାପତରିଆ ବାଘକୁ ନେଇ ଭୟ ସୃଷ୍ଟି ହୋଇଛି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ବନ ବିଭାଗକୁ ଜଣାଇବା ସହ ସୁରକ୍ଷା ପାଇଁ ଦାବି କରିଥିଲେ ।

{"id":93248}

ଅନ୍ୟପଟେ ବନ ବିଭାଗ ଗାଁରେ ପହଞ୍ଚି ଆକ୍ରମଣର ଶିକାର ପଶୁଙ୍କ ପୋଷ୍ଟମର୍ଟମ ପରେ କଲରାପତରିଆ ବାଘ ଆକ୍ରମଣ କଥା ସ୍ପଷ୍ଟ କରିଛି । କିନ୍ତୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହି ପଞ୍ଚାୟତ ରହିଥିବାରୁ ବାଘ ଘଉଡାଇବାକୁ ନିଜର ଅସମର୍ଥତା ପ୍ରକାଶ କରିଛି ବନ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.