ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଲକ୍ଷ୍ମୀପୂଜା ଅବସରରେ ଗ୍ରାମବାସୀ ନେଲେ ବଜ୍ର ଶପଥ, କହିଲେ ମଦମୁକ୍ତ ହେବ ଗାଁ

10/10/2022 at 11:03 AM

ଆଠମଲ୍ଲିକ୍ ୧୦/୧୦: ମଦମୁକ୍ତ ହେବ ଗାଁ । ଏପରି ବଜ୍ର ଶପଥ ନେଲେ ଗ୍ରାମବାସୀ । ଆଠମଲ୍ଲିକ ତିଲେଶ୍ୱର ଗ୍ରାମରେ ମଦ ବିକ୍ରି କରିବେନି କି ମଦ ରାନ୍ଧିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ଲଷ୍ମୀପୂଜା ଅବସରରେ ଏପରି ଚରମ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଆଗରୁ ଯାହା ହେଉଥିଲା ଆଉ ହେବନି ।

ମଦ ପିଇ ଲୋକେ ନାନା ପ୍ରକାର ଅସୁବିଧା ସୃଷ୍ଟି କରୁଥିଲେ । ମଦ ପାଇଁ କେତେ ପରିବାର ନଷ୍ଟ ହେଇଛି । ଗ୍ରାମ ଦେବୀଙ୍କ ମନ୍ଦିରରେ ଗ୍ରାମବାସୀ ଏମିତି ଚରମ ନିଷ୍ପତି ନେଇଛନ୍ତି । ଯଦି କେହି ମଦପିଏ ଲୋକେ ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି । ସମାଜରୁ ମଦକୁ ଲୋକେ କିପରି ଛାଡିବେ ତାପାଇଁ ଗାଁ ଲୋକେ ଏକାଠି ହେଇଛନ୍ତି । ଗୋଟିଏ ଗାଁ ରୁ ଆଗକୁ ଅନ୍ୟ ଗାଁ ଶିଖା ପାଇବେ ବୋଲି ଆଶା ରଖିଛନ୍ତି ।

   Related Posts