ବାଲି ଚୋରା ଚାଲାଣ ରୋକିବାକୁ ଯାଇ ତହସିଲଦାର ଓ ଅନ୍ୟ କର୍ମଚାରୀ ହଟହଟା, ଜଣେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 12, 2020 IST

ଭଦ୍ରକ ୧୨।୧୨: ବାଲି ଚୋରା ଚାଲାଣ ହେଉଥିବା ଖବର ପାଇଁ ଯାଇଥିଲେ ତହସିଲଦାର ଓ ଅନ୍ୟ ସରକାରୀ କର୍ମଚାରୀ।  ହେଲେ ଗାଁ ଲୋକେ ଦୁର୍ବ୍ୟବହାର କରିବା ନେଇ ଥାନାରେ ଏତଲା ହୋଇଛି। ଭିଡିଓରେ ଦୁର୍ବ୍ୟବହାର କରୁଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରି ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତ ବାଲିପାଟଣା ଗ୍ରାମ ନିକଟ ମହାଦେବ ମନ୍ଦିର ପାଖରେ ବୈତରଣୀ ନଦୀରୁ ବେଆଇନ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ଧାମନଗର ତହସିଲଦାର ରାଧାକାନ୍ତ ବାରିକ ସମେତ ୪ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଥିବା ପ୍ରାୟ ୬ ଟି ଟ୍ରାକ୍ଟରକୁ ଅଟକାଇବା ବେଳେ ସେଠାରେ ଥିବା ଦିଲୀପ ସାହୁ ନାମକ ବ୍ୟକ୍ତି ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କୁ ଦୁର୍ବ୍ୟହାର ସହ ଧମକ ଚମକ କରିଥିଲେ । ପାଖରେ ଥିବା ଗ୍ରାମବାସୀ ମାନେ ମଧ୍ୟ  ତହସିଲଦାର ଓ କର୍ମଚାରୀ ମାନଙ୍କୁ ଗାଳି ଦେଇଥିବା ନେଇ ଧାମନଗର ତହସିଲଦାର ଧୂସୁରି ଥାନା ରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ଧୁଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦିଲ୍ଲୀପ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତହସିଲଦାରଙ୍କ ଅଭିଯୋଗ ଫଳରେ ଧୁଷୁରୀ ଥାନାରେ ୨୫୧/୨୦ ରେ ମାମଲା ରୁଜୁ ହୋଇଥିବା ନେଇ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.