Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ହାତୀପଲ ଦ୍ଵାରା ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ  ଦେବା ପାଇଁ ଡିଏଫଓଙ୍କୁ ଭେଟି ଦାବୀପତ୍ର ଦେଲେ ଗ୍ରାମବାସୀ

27/05/2022 at 5:18 PM

ଦେବଗଡ଼ ୨୭/୦୫ : ଦେବଗଡ ଜିଲ୍ଲାରେ ହାତୀ ଉପଦ୍ରବ ବଢ଼ିଥିବା ବେଳେ ହାତୀମାନଙ୍କ ଦ୍ଵାରା ବିଭିନ୍ନ ସମୟରେ ଫସଲ ସହିତ ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଛି। ନଷ୍ଟ ହୋଇଥିବା ଫସଲ ଓ ସମ୍ପତ୍ତିର କ୍ଷତିପୂରଣ ଦେବାପାଇଁ ସରକାରୀ ଆଇନ ରହିଥିବା ବେଳେ ଦେବଗଡ଼ ଜିଲ୍ଲାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବାରେ ବିଳମ୍ବ କରାଯାଉଥିବା ଅଭିଯୋଗ ହୋଇଛି।

ଏନେଇ ଶୁକ୍ରବାର ଦେବଗଡ଼ ଜିଲ୍ଲାର କଲଣ୍ଡା, ସୁଗୁଡା, ଛେପଲିପାଲି, ବଣିଆକିଲିଣ୍ଡା, ବଡ଼ଛାପଲ ଗ୍ରାମ ପଞ୍ଚାୟତର ଗ୍ରାମବାସୀମାନେ ଦେବଗଡ଼ ଜିଲ୍ଲାପାଳ ଓ ଡିଏଫଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଗତ ଖରିଫ ଋତୁରେ ହାତୀ ପଲ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ସହ ଅନ୍ୟାନ୍ୟ ଫସଲ ନଷ୍ଟ କରିବା ସହ ଘରଭାଙ୍ଗି ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କୌଣସି ସହାୟତା ରାଶି ଦିଆ ଯାଇନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।  ଏନେଇ ଉପରୋକ୍ତ ପାଞ୍ଚଟି ଗ୍ରାମ ପଞ୍ଚାୟତ ଅଧିବାସୀ ଦେବଗଡ ଜିଲ୍ଲାପାଳ ଓ ଡିଏଫଓଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। କିଛି ସମସ୍ୟା ପାଇଁ କ୍ଷତିପୂରଣ  ଦିଆ ଯାଇପାରି ନାହିଁ ବୋଲି ଡିଏଫଓ କହିଛନ୍ତି। ବହୁତ ଶୀଘ୍ର ଏହି ସମସ୍ୟାର ସମାଧାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

   Related Posts