ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଛାତ୍ରର ମୁଣ୍ଡ ଫାଟିବା ଘଟଣାକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ତାଲା

27/09/2022 at 10:49 PM

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଅଧିନ ପଥରା ଗ୍ରାମରେ ଜନୈକା ଅଙ୍ଗନୱାଡି କର୍ମୀଙ୍କୁ ଦୀର୍ଘ ୨ ଘଣ୍ଟା ଧରି ଅଙ୍ଗନୱାଡି କେନ୍ଦ୍ରରେ ଗ୍ରାମବାସୀ ମାନେ ତାଲା ପକାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ସଂପୃକ୍ତ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସର ହସ୍ତକ୍ଷେପ ପରେ ସମସ୍ୟା ର ସମାଧାନ ହୋଇଥିବା ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ , ପଥରା ଗ୍ରାମର ପ୍ରତାପ କୁମାର ପାତ୍ରଙ୍କ ସାଢ଼େ ତିନି ବର୍ଷର ପୁଅ ଚିକୁ ପଥରା ଅଙ୍ଗନୱାଡ଼ି ରେ ପାଠ ପଢରନ୍ତି । ତେବେ ଆଜି ବାପା ପ୍ରତାପ ପୁଅ ଚିକୁଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଛାଡ଼ି ଦେଇ ଆସିଥିଲେ । ମାତ୍ର ବାପ ପ୍ରତାପ ଘର ପହଞ୍ଚିବାର ମାତ୍ର କିଛି ସମୟ ପରେ ଶ୍ରେଣୀଗୃହ ରେ ଥିବା ଲୁହାରଡରେ ବାଜି ପୁଅର ମୁଣ୍ଡ ଫାଟିଯାଇଥିବା ଫୋନ ମାଧ୍ୟମରେ ଜାଣିବାକୁ ପାଇଲେ । ରକ୍ତାକ୍ତ ଅବସ୍ଥାରେ ପୁଅ ଚିକୁକୁ  ଉଦ୍ଧାର କରି ଖୁଣ୍ଟା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଇଥିଲେ ।

ତେବେ ଅଙ୍ଗନୱାଡ଼ି କର୍ମୀ ପାନମଣି ମାରଣ୍ଡିଙ୍କ ଦାୟିତ୍ଵହୀନ ପାଇଁ ପୁଅର ମୁଣ୍ଡ ଫାଟିଥିବା ଅଭିଯୋଗ ଆଣିଥିଲେ। ପରେ ଗ୍ରାମର ୫୦ ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷଙ୍କ ସମେତ ଆହତ ଛାତ୍ରର ଅଭିଭାବକ ମାନେ ଶ୍ରେଣୀଗୃହରେ ଥିବା ଅଙ୍ଗନୱାଡ଼ୀ କର୍ମୀ ମାରାଣ୍ଡି ଓ ତାଙ୍କର ହେଲପେରଙ୍କୁ ତାଲା ପକାଇବା ସହିତ ଧାରଣାରେ ବସି ଘଟଣାର ପ୍ରତିବାଦ କରିଥିଲେ । 

ଘଟଣା ସଂମ୍ପର୍କରେ ବିଭାଗ ଖବର ପାଇ ଆଇସିଡିଏସ ଖୁଣ୍ଟା ଥାନାକୁ ଜଣାଇଥିଲେ । ଖୁଣ୍ଟା ଥାନା ଆଇଆଇସି ସ୍ଵର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ଵରେ ଅନ୍ୟ ପୋଲିସ କର୍ମଚାରୀ ସମେତ ସଂପୃକ୍ତ ସେକ୍ଟରର ଅଙ୍ଗନୱାଡ଼ୀ ସୁପରଭାଇଜର ମାମିନା ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନାକରି ଘଟଣା ସହିତ ଅନ୍ୟାନ୍ୟ କେତେକ ସମସ୍ୟା ର ସମାଧାନ କରିଥିଲେ। ପରବର୍ତ୍ତୀ ସମୟରେ ଉତ୍ୟକ୍ତ ଗ୍ରାମବାସୀମାନେ ଶାନ୍ତ ହେବା ସହିତ ଶ୍ରେଣୀଗୃହର ତାହା ଖୋଲିଥିଲେ।

   Related Posts