ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ୍ ବେଳେ ଧରିଲେ ଗ୍ରାମବାସୀ
15/07/2019 at 3:28 PM

ଗଜପତି ୧୫/୭: ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ୍ ବେଳେ ଧରିଲେ ଗ୍ରାମବାସୀ । ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗାଁର ସୁରେନ୍ଦ୍ର ଆଚାର୍ଯ୍ୟ ନାମକ ଜଣେ ବ୍ୟବସାୟୀ ଗତକାଲି ବିଳମ୍ବିତ ରାତିରେ ୪୨ ପ୍ୟାକେଟ ଚାଉଳ ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀ ଓ ମହିଳା ସଂଘ ଧରି ପୋଲିସକୁ ଖବର ଦେଇଥିଲେ ।

ଗତ ୧୧ ତାରିଖରୁ ସ୍କୁଲ ପାଇଁ ଚାଉଳ ଆସିଥିବା ବେଳେ ତାହା ସ୍କୁଲକୁ ନନେଇ କିଭଳି ଜଣେ ବ୍ୟବସାୟୀଙ୍କ ଘରେ ରହିଲା ବୋଲି ଅଭଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ପ୍ରଧାନ ଶିକ୍ଷକ କହିଛନ୍ତି ସ୍କୁଲ ପାଇଁ ମିଟିଙ୍ଗରେ ବ୍ୟସ୍ତ ଥିବାରୁ ଚାଉଳ ଗ୍ରହଣ କରିପାରିନଥିଲେ।
