ନିଶାସକ୍ତ ଅବସ୍ଥାରେ ଜଣେ ଯୁବତୀଙ୍କୁ ଅପହରଣ ଉଦ୍ୟମ, ଧରିଲେ ଗାଁ ଲୋକେ, ଅଭିଯୁକ୍ତଙ୍କୁ ଚପଲମାଳ ପିନ୍ଧାଇ ବୁଲାଇଲେ

Published By : Prameya-News7 Bureau | December 18, 2020 IST

ଆସିକା ୧୮।୧୨:  ଗଞ୍ଜାମ ଜିଲ୍ଲା ଆସିକା ଥାନା ଗଙ୍ଗାପୁର ଶାସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଶାସକ୍ତ ଅବସ୍ଥାରେ ଜଣେ ଯୁବତୀଙ୍କୁ ଅପହରଣ ଉଦ୍ୟମ କରିବା ବେଳେ ଗାଁ ଲୋକଙ୍କ ହାତରେ ଧରା ପଡିଛି ଯୁବକ। ଗାଁ ଲୋକେ ଅର୍ଦ୍ଧ ଲଣ୍ଡା କରି ଯୁବକଙ୍କୁ ଚପଲମାଳ ପିନ୍ଧାଇ ଗାଁ ବୁଲାଇଛନ୍ତି।

ସୂଚନା ଅନୁଯାୟୀ ନବରତ୍ନପୁରର ପବିତ୍ର ପୋଲାଇ ନାମକ ଜଣେ ବ୍ୟକ୍ତି ଗଙ୍ଗାପୁର ଶାସନର ପାହାଡ଼ ପାଖରେ ଥିବା ଏକ ଚୋରାମଦ ଭାଟିରେ ମଦ ପାନକରି ନିଶାସକ୍ତ ଅବସ୍ଥାରେ  ଥିବା ସମୟରେ ଗଙ୍ଗାପୁର ଶାସନର ଜୈନିକ ୨୩ ବର୍ଷୀୟା ଯୁବତୀଙ୍କୁ (ଛଦ୍ମନାମ ମିଲି) ଅପହରଣ କରି ପାହାଡକୁ ନେଉଥିଲେ। ହେଲେ ଏହି ସମୟରେ ସେଠାରେ କାମ କରୁଥିବା ଗ୍ରାମର କିଛି ଲୋକ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଗ୍ରାମର ଲୋକେ ଆସାମୀକୁ ଧରି ଆସିକା ପୋଲିସକୁ ଖବର ଦେଇଥିଲେ। ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ତେବେ ଅପହରଣକରାରୀ ଯୁବକଙ୍କୁ ସ୍ଥାନୀୟ ଲୋକେ ଅର୍ଦ୍ଧ ଲଣ୍ଡା କରି ଚପଲମାଳ ପିନ୍ଧାଇ ଗାଁରେ ବୁଲାଇଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଯୁବକୁ ଧରି ଥାନାକୁ ଆଣିଥିବା ବେଳେ ଘଟଣାର ତଦନ୍ତ କରୁଛି।ଏଭଳି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.