ବିତିଲାଣି ୬୫ବର୍ଷ: ଏପର୍ଯ୍ୟନ୍ତ ମିଳି ନାହିଁ କ୍ଷତିପୂରଣ

Published By : Prameya-News7 Bureau | January 22, 2020 IST

ଝାରସୁଗୁଡ଼ା୨୨/୧:  ବିସ୍ଥାପନକୁ ବିତିଲାଣି ୬୫ବର୍ଷ । ହେଲେ ଆଜି ଯାଏଁ ନା ମିଳିଛି କ୍ଷତିପୂରଣ ନା’ ସମ୍ପୂର୍ଣ୍ଣ ହୋଇପାରିଛି ଥଇଥାନ ପ୍ରକ୍ରିୟା। ଆମେ କହୁଛୁ ଝାରସୁଗୁଡ଼ା ଜିଲ୍ଲାରେ ହୀରାକୁଦ ନଦୀ ବନ୍ଧ ନିର୍ମାଣ ସମୟର ବିସ୍ଥାପିତଙ୍କ କଥା । ଏବେ ବି ସର୍ଭେ ହୋଇ ନଥିବା ୧୯ଟି ଗାଁର ପ୍ରାୟ ୧୦ହଜାରରୁ ଅଧିକ ଲୋକ ନିଜ ପରପୀଢ଼ିର ଭବିଷ୍ୟତ ଚିନ୍ତାରେ ଜୀବନର ଶେଷ ସମୟ ବିତାଉଛନ୍ତି ।

{"id":214630,"sizeSlug":"large"}

୧୯୫୫ ମସିହାରେ ହୀରାକୁଦ ନଦୀବନ୍ଧ ନିର୍ମାଣ ପାଇଁ ଲୋକେ ସରକାରଙ୍କ ହାତକୁ ନିଜ ଭିଟାମାଟି ଟେକି ଦେଲେ। ଭାବିଥିଲେ ରାଜ୍ୟ ହିତରେ ଗୋଟେ ବଡ଼ କାମ ହେବ। ତା’ ବଦଳରେ ସରକାର ଆମକୁ ଅନ୍ୟଜାଗାରେ ଥଇଥାନ କରିବେ। ହେଲେ ସରକାରୀ କଳର ଉଦାସୀନତା ଓ ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ଦୀର୍ଘ ୬୫ବର୍ଷ ହେଲାଣି ଝାରସୁଗୁଡ଼ା ଜିଲ୍ଲାର ୧୯ଟି ଗାଁର ପ୍ରାୟ ୧୦ହଜାର ଲୋକଙ୍କୁ ନା ମିଳିଛି କ୍ଷତିପୂରଣ ନା’ ସମ୍ପୂର୍ଣ୍ଣ ହୋଇପାରୁଛି ସେମାନଙ୍କ ଥଇଥାନ ପ୍ରକ୍ରିୟା। ସରକାର ଆସିଛି ଆଉ ଯାଇଛି, ହେଲେ ଏଠାକାର କ୍ଷତିଗ୍ରସ୍ତଙ୍କୁ ମିଳିଛି କେବଳ ପ୍ରତିଶ୍ରୁତି।

{"id":214631,"sizeSlug":"large"}

ବିଧାନସଭାରେ ବାରମ୍ବାର କଥା ଉଠିଛି। ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ମଧ୍ୟ ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ନେତା । ହେଲେ କଥା ଯୋଉଠି କି ସେଇଠି ଅଟକିଛି । ଏବେ ପଚାରିଲା ବେଳକୁ ଯାହା ଉତ୍ତର ମିଳୁଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଶାସନିକ ସ୍ଥରରେ କାହା ପାଖରେ ସଠିକ୍‌ ତଥ୍ୟ ନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଜିଲ୍ଲାପାଳ କହୁଥିବା ବେଳେ କେବଳ ପ୍ରତିଶ୍ରୁତିରେ ସୀମିତ ଅଛନ୍ତି ନେତା।

{"id":214632,"sizeSlug":"large"}

ଜିଲ୍ଲାପାଳ କହୁଛନ୍ତି ଆଉ ଥରେ ସର୍ଭେ ହେବ। ହେଲେ ସେ ସର୍ଭେ କେବେ ହେବ, ବିସ୍ଥାପିତ ହୋଇଥିବା ଲୋକମାନେ ସେମାନଙ୍କ ଜୀବନର ଅଧାରୁ ଅଧିକ ସମୟ ଅନେକ ଦୁଃଖ କଷ୍ଟରେ କଟାଇସାରିଲେଣି। ପରିଣତ ବୟସରେ ସେମାନଙ୍କୁ ଘାରିଛି ସେମାନଙ୍କ ଉତ୍ତର ପୀଢ଼ିଙ୍କ ଭବିଷ୍ୟତ ଚିନ୍ତା । ଏକ ଜାତୀୟ ପ୍ରକଳ୍ପ ପାଇଁ ବଳିଦାନ ଦେଇଥିବା ଅବିଭକ୍ତ ସମ୍ବଲପୁର ଜିଲ୍ଲାର ହଜାର ହଜାର ବିସ୍ଥାପିତ ଏବେ ସରକାରଙ୍କ ଠାରୁ ନ୍ୟାୟ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.