ବରଗଡ ୨୬।୨: ମନ୍ଦିରରୁ ଚୋରିକୁ ନେଇ SP ଅଫିସ ଘେରିଲେ ଗ୍ରାମବାସୀ l ବରଗଡ ଜିଲ୍ଲା ଅତାବିରା ବ୍ଲକ କତାବଗା ଗାଁର ସମଲେଶ୍ବରୀ ମନ୍ଦିର ଗତ ୧୮ ତାରିଖରେ ପ୍ରତିଷ୍ଠା ହୋଇଥିଲା l ହେଲେ ୧୯ ତାରିଖ ରାତିରେ ଚୋରି ହୋଇଗଲା ମା’ଙ୍କ ସୁନା ଗହଣା l ପାଖାପାଖି ୧୨ରୁ ୧୫ ଲକ୍ଷ ଟଙ୍କାର ଚୋରି ହୋଇଥିବା ନେଇ ୨୦ ତାରିଖ ସକାଳୁ ଅତାବିରା ଥାନାରେ ଅଭିଯୋଗ କରିଥିଲେ ଗ୍ରାମବାସୀ l
ଏହି ଘଟଣାରେ ଜଣକୁ ଗିରଫ କରିଥିବା ବେଳେ ଆଜିଯାଏ ଚୋରି ହୋଇଥିବା ସୁନା ଗହଣା ମିଳିପାରିନାହିଁ l ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛିକି ନାହିଁ ତାହାର ତଦନ୍ତ କରିବା ସହ ମାଙ୍କ ସୁନାଗହଣା ଖୋଜି ବାହାର କରିବା ପାଇଁ ଏସପି ଅଫିସ ଘେରାଉ କରାଯାଇଛି l ଏହି ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l
You Can Read :
wp:embed {"url":"https://www.prameyanews7.com/eight-people-acquitted-due-to-lack-of-evidence-in-ganjam/","type":"wp-embed","providerNameSlug":"prameya-news-7"}