ଅଙ୍ଗନଓ୍ବାଡି କେନ୍ଦ୍ର ରାସ୍ତାରୁ ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲ ଓ ଥାନା ଘେରିଲେ ଗ୍ରାମବାସୀ

Published By : Prameya-News7 Bureau | October 31, 2019 IST

ଚାନ୍ଦବାଲି ୩୧।୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଭାଟପଡ଼। ପଂଚାୟତର ସେରପୁର ଗଁ।ରେ  ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଯାତାୟତ ହେଉଥିବା ସର୍ବସାଧାରଣ  ରାସ୍ତକୁ ଉକ୍ତ ଗଁ।ର କିଛି ମୁଷ୍ଟିମେୟ ଲୋକ ଜବର ଦଖଲ କରିନେଇଛନ୍ତି । ଯାହାଦ୍ବାରା ସାମାନ୍ୟ ବର୍ଷ। ହଲେ ଗଁ। ଲୋକେ ଆଣ୍ଡୁଏ ପାଣିରେ ଯାତାୟତ କରୁଥିବା ସହ ଛୋଟ ଛୋଟ ପିଲାମାନେ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଯାଇପାରୁନାହାନ୍ତି ।

{"id":177281}

ଏନେଇ ଗ୍ରାମବାସୀ ବହୁବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଜବର ଦଖଲ ଉଚ୍ଛେଦ ହେଉନଥିବାରୁ ଏହାର ପ୍ରତିବାଦ କରି ଗ୍ରାମବାସୀ ତହସିଲ ଅଫିସ ଓ ଥାନା ଘେରାଉ କରିଥିଲେ । ତହସିଲଦାର ଗ୍ରାମବାସୀ ଅଭିଯୋଗକୁ ଗ୍ରହଣ କରିବା ସହ ୩ ଦିନ ମଧ୍ୟରେ ତଦନ୍ତ କରି ଜବର ଦଖଲ ହଟାଇବା ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ପ୍ରତିବାଦରରୁ ଓହରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.