AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନ୍ୟ ଜାତିରେ ଖାଇବାରୁ ମୃତଦେହକୁ ମିଳିଲାନି ୪ କାନ୍ଧ, କୋକେଇକୁ ରାସ୍ତାରେ ଘୋଷାଡି ଘୋଷାଡି ନେଲେ ପୁଅ-ବୋହୂ

18/08/2022 at 12:06 PM

ଜୟପୁର,୧୮/୦୮: ଅନ୍ୟ ଜାତିର ଘରେ ଖାଇବାରୁ ଶବ ଛୁଇଁଲେ ନାହିଁ ଗ୍ରାମବାସୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗୀମଠ ଗ୍ରାମରେ । ଛୁଆଁ ଅଛୁଆଁ ଆଗରେ ମାନବିକତା ମଧ୍ୟ ହଜିଯାଇଛି । ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗୀମଠ ଗ୍ରାମରେ ଜଣେ ବୃଦ୍ଧା ମୁକ୍ତା ପରଜାଙ୍କ ମୃତ୍ୟୁ ହୋଇଥିଲା ।

ଗତ ୬ମାସ ତଳେ ମୃତ ମୁକ୍ତାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତିର ଘରେ ଖାଇଥିଲେ । ଫଳରେ ଗ୍ରାମବାସୀ ମାନେ ମଙ୍ଗଳାର ପରିବାରକୁ ବାସନ୍ଦ କରିଥିଲେ । ଭୋଜି ଭାତରେ ବି ସାମିଲ କରୁ ନଥିଲେ । ଏନେଇ ମୁକ୍ତାଙ୍କ ମାଁର ମୃତ୍ୟୁ ହେବାରୁ ଶବକୁ ଛୁଇଁ ନଥିଲେ ଗାଁ ଲୋକେ । ମୁକ୍ତକୁ ଚାରି କାନ୍ଧ ମଧ୍ୟ ଦେଇନଥିଲେ । ଶେଷରେ ପୁଅ ମଙ୍ଗଳା କୋକେଇକୁ ରାସ୍ତାରେ ଘୋଷାଡି ଘୋଷାଡି ନେଉ ଥିବା ବେଳେ ବୋହୁ କୁୁନି ମିଶି ଶବକୁ ଧରି ସ୍ମଶାନକୁ ନେଇଥିଲେ ।

ଏମିତି କି ବୋହୂ ମଧ୍ୟ କୋକେଇକୁ ଧରି ପାରୁନଥିଲେ । ରାସ୍ତାରେ ଶବଟି ବାର ବାର ଖସି ପଡୁଥିଲା । ଦେଶ କେତେ ଆଗକୁ ଯାଇଥିଲ ବି ଆଜି ବି ଗ୍ରାମରେ ସେହି ଅନ୍ଧ ବିଶ୍ୱାସକୁ ଧରି ବସିଛନ୍ତି । ମଙ୍ଗଳା ଭୁଲ ଥିଲା ଅନ୍ୟ ଜାତି ଘରେ ଖାଇଥିଲା । ସେତିକି ଭୁଲ ପାଇ ଆଜି ମାଁର ଶବ କୁ ସମ୍ମାନ ତ ତୁରର କଥା ୪ ରି କାନ୍ଧ ମିଳିଲାନି ।

   Related Posts