ଆଇରନ୍ କ୍ରସର ବନ୍ଦ ଦାବି, ଧାରଣାରେ ବସିଲେ ଗ୍ରାମବାସୀ

Published By : Prameya-News7 Bureau | December 17, 2021 IST

କେନ୍ଦୁଝର ୧୭/୧୨: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅଧିନସ୍ଥ ବେଢାପାଳ ଗାଁ ନିକଟରେ ନୂଆ କରି ଆରମ୍ଭ ହୋଇଥିବା ଆଇରନ୍ କ୍ରସରକୁ ବନ୍ଦ କରିବା ପାଇଁ ଆଜି ବେଢାପାଳ ଗ୍ରାମବାସୀ କ୍ରସର ବନ୍ଦ କରିବା ସହିତ ଧାରଣାରେ ବସିଛନ୍ତି ।

ତା ସହିତ କ୍ରସର ମାଲିକ ମନୋମୁଖି ରିଜର୍ଭ ଜାଗାକୁ ମାଡି ବସିବା ସହିତ ଅନେକ ମୁଲ୍ୟବାନ୍ ଗଛ ମଧ୍ୟ କାଟି ଚାଲିଛି । ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ବିଭାଗିୟ ଅଧିକାରୀଙ୍କୁ ଜଣାଇବା ସହିତ ଜିଲ୍ଲା ପ୍ରଶାସନଙ୍କ ମଧ୍ୟ ଅବଗତ କରିଛନ୍ତି । କିନ୍ତୁ ତାଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି, ଫଳରେ ଆଜି ଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.