ଜୀବନ ହାରିଲେ କାର୍ତ୍ତିକ, ଭୁତ ମାରିଥିବା କହିଲେ ପରିବାର ଓ ଗ୍ରାମବାସୀ

Published By : Prameya-News7 Bureau | July 06, 2024 IST

ଭଦ୍ରକ ୦୬/୦୭: ଆମ ପୁଅକୁ ମାରିଦେଲା ଭୂତ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ତଥାପି ବିଜ୍ଞାନ ଯୁଗରେ କିଛି ଭୂତକୁ ବିଶ୍ୱାସ କରୁଥିବା ଲୋକଙ୍କ କାହାଣୀ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କ ଜୀବନ ନେଇଥିବା ଅଭିଯୋଗ କାହାଣୀ ଯାହା ଲୋକେ କୁହନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନାଧିନ ହରିପୁର ଗ୍ରାମରେ । ହରିପୁର ଗ୍ରାମର ବିଦ୍ୟାଧର ମହାରଣାଙ୍କ ୨୪ ବର୍ଷର ଭେଣ୍ଡିଆ ପୁଅ କାର୍ତ୍ତିକ ମହାରଣାଙ୍କୁ କୁଆଡେ ଭୁତ ସବାର ହୋଇ ମାରିଦେଇଛି ବୋଲି କହିଛନ୍ତି ଗ୍ରାମ ଲୋକେ । 

୪ ଜଣ ସାଙ୍ଗ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ୩ ସାଙ୍ଗ ମୃତ୍ୟୁବରଣ କରିଥିଲେ । କିନ୍ତୁ କାର୍ତ୍ତିକ ସୌଭାଗ୍ୟ କ୍ରମେ ବଞ୍ଚି ଠିକେ ବୋଲି କୁହା ଯାଉଛି ।  ମୃତ ଯୁବକମାନଙ୍କ ଆତ୍ମା ପୂର୍ବରୁ କାର୍ତ୍ତିକଙ୍କ ଦେହରେ ସଵାର ହେଉଥିଲେ ବୋଲି କହିଛନ୍ତି ଗ୍ରାମବାସୀ । ସୂଚନାମୁତାବକ ମୃତକ କାର୍ତ୍ତିକଙ୍କୁ ଭୁତ ଡାକୁଥିଲା କେତେବେଳେ ନଦୀକୁତ କେତେବେଳେ ରଶି ଧରି ଦୌଡୁଥିଲେ କାର୍ତ୍ତିକ ଆତ୍ମହତ୍ୟା କରିବା ପାଇଁ ଆଉ ତାହାର ପ୍ରତିକାର ପାଇଁ ଗୁଣିଆ ଠାରୁ ମଧ୍ୟ ଝଡା ଫୁଙ୍କା କରୁଥିଲେ ପରିବାର ଲୋକେ । 

ପୂର୍ବରୁ କାର୍ତ୍ତିକ ଆତ୍ମହତ୍ୟା କରିବା ଉଦ୍ୟମ ତଥା ଦୌଡ଼ି ନେଇ ଦୌଡିବା ଦେଖି ଗ୍ରାମ ଲୋକମାନେ ବଞ୍ଚାଇଥିବା ବେଳେ କାର୍ତ୍ତିକ ଙ୍କୁ କିଛି ଦିନ ହେବ ଜ୍ୱର ହୋଇଥିଲା ଆଉ ଆଜି ଅପରାହ୍ନ ରେ କାର୍ତିକ ବିନା ମୋବାଇଲ ଓ ଜୋତା ନପିନ୍ଧି ଘରୁ କୁଆଡେ ପଳାଇଯାଇଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ କିଛି ସମୟ ଖୋଜା ଖୋଜି ପରେ ଜଣାପଡିଥିଲା କି କାର୍ତ୍ତିକ ଘର ପାଖ ଗୁହାଳ ଘରେ ବେକରେ ରଶି ଲଗାଇ ଝୁଲୁଛନ୍ତି ତେବେ ପରିବାର ଲୋକେ ସଂଗେ ସଂଗେ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

ତେବେ ସେହି ଗ୍ରାମର ଅଭୟ ମହାରଣା ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି କି ତାଙ୍କ ପୁଅକୁ ମଧ୍ୟ ଭୁତ୍ତ ସବାର ହୁଏ ଏବଂ ନଦୀକୁ ଓ ଦୌଡ଼ି ନେଇ ଆତ୍ମାହତ୍ୟା କରିବାକୁ ବାଧ୍ୟ କରାଏ ବୋଲି । ତେଣୁ ଏଭଳି ଏକ ଘଟଣା ହରିପୁର ଗ୍ରାମ ରେ ନୂଆ ନୁହଁ ବୋଲି ମଧ୍ୟ କହିଛନ୍ତି ଗ୍ରାମବାସୀ । ତେବେ ବିଜ୍ଞାନ ଯୁଗରେ ଭୁତ ପ୍ରେତ ଓ ପ୍ରେତାତ୍ମାକୁ ବିଶ୍ୱାସ କରିବା ଓ ତାଙ୍କ ଯୋଗୁଁ ଜୀବନ ହାନି ଘଟିବା ଭଳି ଘଟଣା ବର୍ତମାନ ଚିନ୍ତାର ବିଷୟ ପାଲଟିଛି . 

ଭଦ୍ରକ ସହର ମାତ୍ର କେଇ ମାଇଲ ଦୂରରେ ଥିବା ଗ୍ରାମରେ ଯଦି ଭୁତ ଭୟରେ ଗ୍ରାମବାସୀ ଆତଙ୍କିତ ଅଛନ୍ତି ବା ବିଶ୍ୱାସ କରୁଛନ୍ତି କି ଭୁତ୍ତ ହିଁ ଯୁବକ ଙ୍କ ଜୀବନ ନେଉଛି ତେବେ ସତ୍ୟ କଣ ତାହା ତଦନ୍ତ ପରେ ହିଁ ଜଣାପଡିବ । ତେବେ କାର୍ତିକ ଙ୍କ ମୃତଦେହ ବେଵଚ୍ଛେଦ ପାଇଁ ଭଦ୍ରକ ମେଡିକାଲ ରେ ଥିବା ବେଳେ ମେଡିକାଲ ପରିସର ମଧ୍ୟ କିଛି ସମୟ ପାଇଁ ଭୁତ୍ତ ପ୍ରେତ କଥା ଶୁଣି ସ୍ତବ୍ଧ ହୋଇଯାଇଥିଲା । କିନ୍ତୁ କେତକ ଲୋକେ ଭୁତ ପ୍ରେତ ଯୋଗୁଁ ଯୁବକଙ୍କ ମୃତ୍ୟୁ ନେଇ ପ୍ରଥମ ପ୍ରତିକ୍ରିୟା ମିଳିଥିବା ବେଳେ, ପରବର୍ତ୍ତୀ ସମୟରେ ପରିବାର ଲୋକେ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.