ମୋବାଇଲ୍ ଚୋରକୁ କାବୁକଲେ ଲୋକ, ଉତ୍ତମ ମଧ୍ୟମ ଦେଇ ପୋଲିସର ଜିମା ଦେଲେ
26/05/2023 at 12:14 PM

ସୁନ୍ଦରଗଡ ୨୬।୫: ମୋବାଇଲ ଚୋରକୁ ଧରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ପୋଲିସର ଜିମା ଦେଲେ ଲୋକ । ସୁନ୍ଦରଗଡ ସହରର ଡେଲି ମାର୍କେଟ୍ ତଥା ଅନ୍ୟ ରାସ୍ତାରେ ଏକୁଟିଅ। ଦେଖି କୌଶଳ କ୍ରମେ ମୋବାଇଲ ଚୋରୀ କରୁଥିବାର ଅନେକ ଥର ପୋଲିସ ନିକଟରେ ଲୋକେ ଅଭିଯୋଗ କରିଥିଲେ ।
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ମେଡିକାଲ ଛକ ନିକଟରେ ଜଣେ ଯୁବକ ଜରୁରୀ କଥା ଅଛି ଜଣକୁ ଫୋନ କରିବି କହି ମୋବାଇଲ ମାଗି ସେଠାରୁ କୌଶଳ କ୍ରମେ ପଳାଉଥିବା ବେଳେ ଫୋନ ଦେଇଥିବା ଯୁବକ ପାଟି କରିବାକୁ ଲାଗିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକେ ମୋବାଇଲ ନେଇ ପଳାଉଥିବା ଯୁବକକୁ ଧରିବା ସହ ଉତ୍ତମ ମଧ୍ୟମ ଦେଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ମୋବାଇଲ ନେଇ ପଳାଉଥିବା ଯୁବକ ନିଜକୁ ସ୍ଥାନୀୟ ରାଣୀବଗିଚାର କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି । ତେବେ ଯୁବକ ଜଣକ ଘର କେଉଁଠି ସେ ନେଇ ପୋଲିସ ତଦନ୍ତ ଅ।ରମ୍ଭ କରିଛି । ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ମୋବାଇଲ ଚୋର ଓ ମାଡ ମାରିଥିବା ଯୁବକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ନେଇ ସାଧାରଣରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ।