ସ୍କୁଲ ମିଶ୍ରଣକୁ ବିରୋଧ, ରାସ୍ତାରୋକ କଲେ ଗ୍ରାମବାସୀ
22/08/2022 at 4:06 PM

ମହାକାଳପଡା ୨୨।୮: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ସର୍ବ ପୁରାତନ ପ୍ରାଥମିକ ବିଦ୍ୟାଳୟ ଗୟାସପୁରକୁ ୨ କିଲୋମିଟର ଦୂରରେ ଥିବା ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ବିରୋଧ । ଗ୍ରାମବାସୀମାନେ ବିଭିନ୍ନ ଫୋରମରେ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି କଥାକୁ ଶୁଣି ନଥିଲେ । ଗ୍ରାମବାସୀମାନେ ପ୍ରଶାସନକୁ ଚେତାବନୀ ଦେଇଥିଲେ ତାଙ୍କ ଦାବି ପୂରଣ ନହେଲେ ରାସ୍ତାରୋକ କରିବେ । ତେବେ ସୋମବାର ସକାଳୁ ଗ୍ରାମବାସୀ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖି କେନ୍ଦ୍ରାପଡ଼ା ବହଢି ମୁଖ୍ୟ ରାସ୍ତାର ଗୟାସପୁରଠାରେ ରାସ୍ତାରୋକ କରିଛନ୍ତି । ଫଳରେ ଯାତ୍ରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ମହାକାଳପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖିଛନ୍ତି ।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023