scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୁକୁଡା ଫାର୍ମର ସ୍ଥାନାନ୍ତରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

11/06/2019 at 9:00 AM

ସୁବର୍ଣ୍ଣପୁର ୧୧|୬: ସୁବର୍ଣ୍ଣପୁର ଜିଲ୍ଲା ଅଇଁଲାଛାଟ ଛକକୁ ଲାଗି ଥିବା କୁକୁଡା ଫାର୍ମର ସ୍ଥାନାନ୍ତରଣ ଦାବିରେ ଆଜି ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଅଇଁଲାଛାଟ ଛକରେ ରାସ୍ତାରୋକ କରାଯାଇଛି । କୁକୁଡା ଫାର୍ମର ସାଂଘାତିକ ପ୍ରଦୂଷଣ ଓ ସ୍ଥାନାନ୍ତରଣ ଦାବିରେ ପ୍ରଭାବିତ ୪ଟି ପଂଚାୟତର ୧୨ଟି ଗାଁର ଶହ ଶହ ଲୋକ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ଘଣ୍ଟିଆ ରାସ୍ତା ଅବରୋଧ କରିଛନ୍ତି । ଜନ ଆନ୍ଦୋଳନ ଯୋଗୁଁ ରାସ୍ତାର ଉଭୟ ପଟରେ ଯାନବାହାନ ଅଟକି ରହିଥିବାବେଳେ ଲୋକଙ୍କ ଯିବା ଆସିବା ଠପ୍ ହୋଇଯାଇଛି ।

ବର୍ଷ ବର୍ଷଧରି କୁକୁଡା ଫାର୍ମର ପ୍ରଦୂଷଣ, ବର୍ଯ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା ଏବଂ ଦୁର୍ଗନ୍ଧକୁ ନେଇ ପ୍ରଭାବିତ ଲୋକେ ଅଭିଯୋଗ କରି ଆସୁଥିଲେ । ଏହାକୁ ନେଇ ଆଗରୁ ପ୍ରଭାବିତ ୧୨ଟି ଗାଁର ଅଧିବାସୀ ଜିଲ୍ଲା ପ୍ରଶାସନକୁ ଆପତ୍ତି ଅଭିଯୋଗ କରିଥିଲେହେଁ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ରାସ୍ତାରୋକ ଆନ୍ଦୋଳନ କରିଛୁ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଆଗକୁ ଏହି କୁକୁଡା ଫାର୍ମକୁ ସମ୍ପୂର୍ଣ୍ଣ ସ୍ଥାନାନ୍ତରଣ କରାନଗଲେ ଜନଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

   Related Posts