ଫରେଷ୍ଟ ଗାର୍ଡଙ୍କ ଗିରଫ ଦାବିରେ ଦୁଧିଆଣି ରେଞ୍ଜ ଅଫିସ୍ ଘେରିଲେ ଲୋକେ, ଗତକାଲି ଗର୍ଭବତୀ ମହିଳା ଓ ବୃଦ୍ଧାଙ୍କୁ ମାଡ ମାରିଥିଲେ ଗାର୍ଡ
21/02/2020 at 2:12 PM

କରଞ୍ଜିଆ ୨୧।୨: କାଠ ଚୋରି ସନ୍ଦେହରେ କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଫିସ୍ ଘେରାଉ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଜଣେ ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ବୃଦ୍ଧାଙ୍କୁ ଦୁଧିଆଣି ଫରେଷ୍ଟ ଗାର୍ଡ ମାଡ ମାରିବା ସହ ଉଠ ବସ କରିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଅଭିଯୁକ୍ତ ଫରେଷ୍ଟ ଗାର୍ଡଙ୍କ ଗିରଫ ସହ ବଦଳି ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ବାର୍ହାପାନପୋଷି ଗ୍ରାମର ଜଣେ ଗର୍ଭବତୀ ମହିଳା ଓ ଜଣେ ବୃଦ୍ଧାଙ୍କୁ କାଠ ଚୋରି ସନ୍ଦେହରେ ସମ୍ପୃକ୍ତ ମହିଳା ଫରେଷ୍ଟ ଗାର୍ଡ ମାଡ ମାରିଥିବ ନେଇ ଅଭିଯୋଗ ହୋଇଥିଲା । ପିଡୀତା ଗର୍ଭବତୀ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ତାଟୋ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କରଞ୍ଜିଆ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।