ବାଇକ୍‌ ଚୋରି ବେଳେ ଧରି ପକାଇଲେ ଗ୍ରାମବାସୀ, ଖୁଣ୍ଟରେ ବାନ୍ଧି ମାଡ଼ ସହ ବିଛୁଆତି ଲଗାଇଲେ

Published By : Prameya-News7 Bureau | July 15, 2022 IST

ଜଳେଶ୍ୱର, ୧୫/୦୭: ବାଇକ ଚୋରି କରୁଥିବା ସମୟରେ ଚୋରକୁ ଧରି ଖୁଣ୍ଟରେ ବାନ୍ଧି ମାଡ଼ । ପୋଲିସ ଦ୍ୱାରା ଚୋର ଉଦ୍ଧାର । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଗୋପୀନାଥପୁର ଗ୍ରାମର ଗୌରାଙ୍ଗ ଦାସଙ୍କ ଘରେ ଏକ ଚୋର ପଶି ବାଇକ ଚୋରି କରୁଥିଲା ବେଳେ ପରିବାର ଲୋକ ଜାଣି ପାରି ଗ୍ରାମବାସୀଙ୍କ ସହାୟତାରେ ଚୋରକୁ ଧରି ପକାଇଥିଲେ । ପରେ ଗ୍ରାମବାସୀ ଏକ ଖୁଣ୍ଟରେ ବାନ୍ଧି ଚୋର ନିସ୍ତୁକ ମାଡ଼ ମାରିବା ସହିତ ବିଛୁଆତି ଲଗାଇ ଦେଇଥିଲେ । ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଁଚି ଚୋରକୁ ଉଦ୍ଧାର କରି ଥାନାକୁ ଆଣି ଥିଲା । ତେବେ ସର୍ବ ସାଧାରଣରେ ଏକ ଚୋରକୁ ଖୁଣ୍ଟରେ ବାନ୍ଧି ମାଡ଼ ମାରି ଆଇନକୁ ହାତକୁ ନେବା କେତେ ଯୁକ୍ତ ଯୁକ୍ତ ଯାହାକୁ ନେଇ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.