ରାଇରଂଗପୁର ବିଜାତଲାରେ କେନାଲରେ ପାଣି ନ ଆସିବାରୁ ଯନ୍ତ୍ରୀଂକୁ ବାନ୍ଧିଦେଲେ ଗ୍ରାମବାସୀ
8/10/2018 at 6:37 PM

ରାଇରଂଗପୁର ;୦୮/୧୦-ବନ୍ଧା ହେଲେ ଯନ୍ତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ବିଜାତଲା ବ୍ଲକ ବଣକାଟି ଗ୍ରାମ ନିକଟରେ। ବାଙ୍କବଲ ଡ୍ୟାମ ରୁ କେନାଲରେ ପାଣି ଆସୁ ନ ଥିବାରୁ ଚାଷ କାର୍ଯ୍ୟ ରେ ବାଧା ଉପୁଜୁଥିବା ଅଭିଯୋଗ କରିଆସୁଥିଲେ ଗ୍ରାମବାସୀ । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ରେ ରାଇରଙ୍ଗପୁର ଜଳସେଚନ କାର୍ଯ୍ୟାଳୟ ଘେରାଉ କରିଥିଲେ ଅଳ୍ପଦିନ ପୂର୍ବରୁ । କିନ୍ତୁ କୌଣସି ଲାଭ ନ ହେବାରୁ ଆଜି ଖଣ୍ଡଦେଉଳି, ଛଣପାଳ ଓ ବଣକାଟି ଗ୍ରାମର ଶତାଧିକ ଗ୍ରାମବାସୀ କେନାଲ ନିକଟରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ, ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଖରାରେ ଦୀର୍ଘ ଦୁଇଘଣ୍ଟା ବାନ୍ଧି ଅଟକ ରଖିଥିଲେ ଗ୍ରାମବାସୀ । ଖବର ପାଇ ଗ୍ରାମାଞ୍ଚଳ ପୁଲିସ ଯନ୍ତ୍ରୀ ମାନକୁ ଉଦ୍ଧାର କରିଥିଲେ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023