ମକର ମେଳାରେ ଚୋରୀ କରିବାକୁ ଆସି ନିର୍ଦ୍ଧୁମ ଛେଚା ଖାଇଲା ଚୋର
17/01/2019 at 4:07 PM

ଭଦ୍ରକ ୧୭|୧: ମକର ମେଳାରେ ଚୋରୀ କରିବାକୁ ଆସି ନିର୍ଦ୍ଧୁମ ଛେଚା ଖାଇଲା ଚୋର। ଭଦ୍ରକ ସଦାବ୍ରତ ଗାଁରେ ମକର ମେଳା ଚାଲିଥିବା ବେଳେ ୬ ଜଣ ଚୋର ଗାଁକୁ ଚୋରୀ କରିବାକୁ ଆସିଥିଲେ। ଗାଁ ଲୋକେ ମକର ମେଳା ଅବସରରେ ଯାତ୍ରା ଦେଖୁଥିବା ବେଳେ ଗ୍ରାମବାସୀଙ୍କ ଘରେ ପଶି ଲୁଟ୍ ଉଦ୍ୟମ କରୁଥିଲେ ୬ ଲୁଟେରା। ତେବେ ଗାଁ ଲୋକେ ଏ ସଂପର୍କରେ ଜାଣିବା ପରେ ୫ଜଣ ଖସି ଯାଇଥିବା ବେଳେ ଜଣେ ଲୁଟେରା ଲୋକଙ୍କ ହାତରେ ଧରାପଡ଼ିଥିଲା। ଧରାପଡ଼ିଥିବା ଲୁଟେରାକୁ ଗାଁ ଲୋକେ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଛନ୍ତି। ପରେ ପୋଲିସ ତାକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି। ଚୋର ମାନେ ବ୍ୟବହାର କରିଥିବା ଗୋଟିଏ ବାଇକକୁ ମଧ୍ୟ ଜବତ କରିଛି।
Related Posts
ଜାଗା ବିବାଦକୁ ନେଇ ଅଙ୍ଗନବାଡି କେନ୍ଦ୍ରରେ ତାଲା, ଥାନାରେ ପହଞ୍ଚିଲା ମାମଲା
28 January 2023
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023