ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଗାଁ ଲୋକଙ୍କ ହାତରେ ଧରା ପଡିଲା ଡକାୟତ, ନିର୍ଧୁମ ଛେଚା ଖାଇଲା

23/10/2022 at 10:37 AM

ସୋର: ଗ୍ରାମବାସୀଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲା ୪୦ରୁ ଉର୍ଦ୍ଧ୍ଵ ମାମଲାରେ ସଂପୃକ୍ତ ଡକାୟତ। ଏଥିସହ ବଡ ଧରଣ ଡକାୟତ ଯୋଜନା ପଣ୍ଡ ହୋଇଛି। ଘଟଣାରେ ଦୁଇ ଦୁର୍ବୃତ୍ତ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ପୋଲିସ ଡକାୟତ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି।

ଗତକାଲି ବିଳମ୍ବିତ ରାତିରେ ସୋର ଥାନା ସବିରା ପଂଚାୟତ ଦଣ୍ଡପଳସl ଗ୍ରାମ ଜଙ୍ଗଲରେ ତିନି ସନ୍ଦିଗ୍ଧ  ତିନି ବାଇକ୍‌ରେ ଆସିଥିଲେ। ତେବେ ଗାଁ ଲୋକେ ଜାଣିପାରି ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ମନ୍ଦରୀ ଗାଁର କୁଖ୍ୟାତ ଡକାୟତ ବୃନ୍ଦାବନ ବେହେରାକୁ କାବୁ କରି ନିର୍ଧୁମ ଚେଛିବା ସହ ପୋଲିସ ଜିମା ଦେଇଥିଲେ। ଗାଁ ଲୋକେ ତାଠାରୁ ଲୁହା ରଡ଼, ହାତୁଡି, ଶାବଳ ଏକ ବାଇକ ଓ ଚାବି ଭଙ୍ଗା ରଡ଼ ଜବତ କରି ପୋଲିସ ଜିମା ଦେଇଛନ୍ତି l ଅନ୍ୟ ଦୁଇ ଡକାୟତ ଘଟଣା ସ୍ଥଳରୁ ଫେରାର ହୋଇଯାଇନ୍ତି l ବୃନ୍ଦାବନ ନାମରେ ଭଦ୍ରକ ବାଲେଶ୍ୱର ଓ ରାଜ୍ୟର ଅନ୍ୟ ଜିଲ୍ଲା ଥାନା ମାନଙ୍କରେ ୪୦ ରୁ ଉର୍ଦ୍ଧ ଡକାୟତ ମାମଲା ରୁଜୁ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ l

   Related Posts