ସ୍ବାମୀ ରାତିରେ ଯାଇଥିଲେ ଯାତ୍ରା ଦେଖି, ଏପଟେ ପୁରୁଷ ବନ୍ଧୁ ସହ ସ୍ତ୍ରୀ କରୁଥିଲା ରାସଲୀଳା- ଜାଣିବାପରେ ସାହି ଲୋକେ ଖୁଣ୍ଟରେ ବାନ୍ଧି ପିଟିଲେ ଦୁଇ ଜଣଙ୍କୁ

Published By : Prameya-News7 Bureau | November 01, 2019 IST

ବାଲେଶ୍ବର ୧|୧୧: ବାଲେଶ୍ବର  ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି ।ଘଟଣାଟି ହେଉଛି ଏହିପରି-  ସ୍ବାମୀ ଘରେ ନଥିଲେ । ଯାତ୍ରା ଦେଖିବା ପାଇଁ ଯାଇଥିଲେ ।ଏହାର ସୁଯୋଗ ନେଇ ସ୍ତ୍ରୀ  ନିଜର ପୁରୁଷ ବନ୍ଧୁ ସହ ଘରେ କରୁଥିଲେ ରାସଲୀଳା । ଏକଥା ସାହି ପଡିଶା ଜାଣିବାପରେ ଘଟିଥିଲା ତୁମୁଳକାଣ୍ଡ ।

{"id":177606,"align":"center","width":419,"height":607}

ରାସଲୀଲା ଚାଲିଥିବାବେଳେ ସାହି ପଡିଶା ଲୋକେ ଘରେ ପଶି ରସିକ ନାଗର- ମହିଳାଙ୍କ ପୁରୁଷ ବନ୍ଧୁଙ୍କୁ ଘୋଷାରି ଆଣିଥିଲେ। ତାପରେ ସାହି ଦାଣ୍ଡରେ ଉଭୟଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ଦେଇଥିଲେ ।ମହିଳାଙ୍କ ସ୍ବାମୀଙ୍କ ପରିବାର ଲୋକେ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।  

{"id":177607,"align":"center","width":431,"height":671}

ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା କେଶପୁର  ଗାଁ ରେ । ଖବରପାଇବା ପରେ ପୋଲିସ ଉଭୟ ମହିଳା ଓ ତାଙ୍କ ପୁଋଷବନ୍ଧୁ ଙ୍କୁ  ଉଦ୍ଧାର କରି  ଥାନାକୁ ନେଇଥିଲା ।  ଏପଟେ ସ୍ବାମୀ ଯାତ୍ରା ରୁ ଫେରି ସମସ୍ତକଥା ଜାଣିବାପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତାଙ୍କ ସ୍ତ୍ରୀର ଅନ୍ୟ ଯୁବକ ସହ ଶାରୀରିକ  ସମ୍ପର୍କ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

{"id":177608,"align":"center","width":429,"height":641}

କିନ୍ତୁ  ମହିଳା ଜଣକ କୌଣସି ଅଭିଯୋଗ କରିନଥିବାବାରୁ ସୁପ୍ରିମକୋର୍ଟଙ୍କ ରାୟର ନଜୀର ଦେଇ ପୋଲିସ ଉଭୟ ଙ୍କୁ ଛାଡିଦେଇଛି ।ହେଲେ  ମହିଳା ଙ୍କୁ ତାଙ୍କ ସ୍ବାମୀ ଘରେ ନପୂରେଇବାରୁ  ସେ ତାଙ୍କ ବାପଘରକୁ  ଚାଲିଯାଇଥିବା  ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.