ଗଂଜେଇ କାଟିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲା ପୋଲିସ, ୪ ଗୁରୁତର

Published By : Prameya-News7 Bureau | January 07, 2023 IST

ଚିତ୍ରକୋଣ୍ଡା: ଗଞ୍ଜେଇ କାଟିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲା ପୋଲିସ । ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ନାକାମାମୁଢି ପଞ୍ଚାୟତର ଦୁର୍ଗମ ପାହାଡିଆ ଅଞ୍ଚଳ ପରଜାଗୁଡା ଗ୍ରାମରେ । ଆକ୍ରମଣରେ ୨ ମହିଳା କନଷ୍ଟେବଳ, ଜଣେ ଏଏସଆଇ ଏବଂ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ଓରକେଲ ଥାନା ଅନ୍ତର୍ଗତ ପରଜାଗୁଡା ଗ୍ରାମକୁ ପୋଲିସ ଗଂଜେଇ ଗଛ କାଟିବାକୁ ଯାଇଥିଲେ । ଓରକେଲ ଥାନା ଏସଆଇ ରାଜେଶ ସେଠୀଙ୍କ ନେତୃତ୍ୱରେ ୩୦ ଜଣିଆ ଟିମ ଏହି ଚଢ଼ଉରେ ସାମିଲ ଥିଲେ । ତେବେ ଗଂଜେଇ କାଟିବା ବେଳେ ସ୍ଥାନୀୟ ୨ ଯୁବକ ଆସି ପୋଲିସକୁ ପଚରାଉଚରା କରିଥିଲେ । ପରେ ୨ ଯୁବକ ଗାଁକୁ ଯାଇ ଖବର ଦେଇଥିଲେ। ଗ୍ରାମବାସୀ ହାତରେ ଧନୁତୀର, ବର୍ଚ୍ଛା, ଟାଙ୍ଗିଆ ଧରି ପୋଲିସ ଉପରେ ଲଗାତାର ଆକ୍ରମଣ କରିଥିଲେ । ପାଖାପାଖି ୩ ଗ୍ରାମ ଡାଇକ, ରଜାବନ୍ଧ ଏବଂ ପରଜାଗୁଡା ଗ୍ରାମର ୨୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ମିଳିତ ଆକ୍ରମଣ କରିଥିଲେ।

{"id":730287,"width":817,"height":449,"sizeSlug":"full","linkDestination":"none"}

ଗ୍ରାମବାସୀ ଆକ୍ରମଣରେ ୨ ମହିଳା କନଷ୍ଟେବଳ, ଜଣେ ଏଏସଆଇ ଏବଂ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଥିଲେ । ଏହାସହ ବାସୁ ନାମକ ଜଣେ ହୋମଗାର୍ଡକୁ ଗ୍ରାମବାସୀ ଗଛରେ ବାନ୍ଧି ଅଟକ ମଧ୍ୟ ରଖିଥିଲେ । ପରେ ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସିଅସ କିସ୍ପୋଟା ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ଅଟକ ହୋମଗାର୍ଡକୁ ଉଦ୍ଧାର କରିଥିଲେ । ଏହାସହ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ପୋଲିସ ଉପରକୁ ଏପରି ଆକ୍ରମଣ ଘଟଣା ବର୍ତ୍ତମାନ ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି ।

{"id":730288,"width":838,"height":461,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.