ଡାହାଣୀ ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ ଅଭିଯୋଗ, ଗାଁରେ ପ୍ରଜାକୋର୍ଟ

Published By : Prameya-News7 Bureau | October 09, 2021 IST

ନୀଳଗିରି ୯।୧୦: ଏବେବି ସମାଜରେ ଅନ୍ଧବିଶ୍ବାସ ଲୁଚିରହିଛି। ଗୁଣିଗାରେଡ଼ି ସନ୍ଦେହରେ ଗାଁରେ ପ୍ରଜାକୋର୍ଟ କରି ଲକ୍ଷେ ଟଙ୍କା ଜରିମାନା କରିବା ସହ ବୃଦ୍ଧଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ବରହମପୁର ଥାନା ପୁଟିବନ୍ଧ ଗ୍ରାମର ଘାସିରାମ ସିଂଙ୍କ ପରିବାରକୁ ହୁଡିସାହି ଗ୍ରାମ ମଝିରେ ପ୍ରଜାକୋର୍ଟ କରି ଉଭୟ ପୁଟିବନ୍ଧ ଓ ହୁଡିସାହି ଗ୍ରାମର ଲୋକଙ୍କ ମିଳିତ ମରଣାତ୍ମକ ଆକ୍ରମଣ କରିବା ସହ ଲକ୍ଷେ ଟଙ୍କାର ଜରିମାନା କରିଛନ୍ତି ।

ଏଭଳି ଘଟଣାକୁ ନେଇ ଏକ ହୋଇଛନ୍ତି ଦୁଇଟି ଗ୍ରାମର ଲୋକ। ଘାସିରାମଙ୍କୁ ଡାହାଣୀ ଓ ଗୁଣିଗାରେଡି କରୁଥିବା ସନ୍ଦେହ କରି ଶନିବାର ସକାଳୁ ହୁଡିସାହିରେ ଏକ ପ୍ରଜାକୋର୍ଟ କରୁଥିବା କହି ଗାଁର ୱାର୍ଡମେମ୍ବର ସମେତ ଗ୍ରାମବାସୀ ଘାସିରାମଙ୍କ ସମେତ ପରିବାରର ଅନ୍ୟଙ୍କୁ ଡାକିନେଉଥିଲେ । ପରେ ହଠାତ ଆକ୍ରମଣ କରିବା ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି ଲୋକେ। ଏନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ବରମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.