ଚିଙ୍ଗୁଡି ଘେରିରେ ଚୋରି କରୁଥିବା ଚୋରକୁ ମାଡ ; ୬ ଚୋର ଫେରାର
19/11/2018 at 4:02 PM

ଭଦ୍ରକ ୧୯|୧୧ : ଚିଙ୍ଗୁଡ଼ି ଘେରିରେ ଚୋରିକରୁଥିବା ଚୋରକୁ ମାଡ଼ । ଅନ୍ୟ ୬ ଚୋର ଫେରାର । ଧାମରା ଥାନା ବିଦ୍ୟୁତପ୍ରଭା ଗଁ।ରେ ବିଳମ୍ବିତ ରାତ୍ରୀରେ ଏକ ଚିଙ୍ଗୁଡ଼ି ଫାର୍ମରେ ଚୋରମାନେ ଜାଲ ପକାଇ ମାଛ ଚୋରି କରୁଥିଲେ । ଏହି ସମୟରେ ଚିଙ୍ଗୁଡ଼ି ଫାର୍ମର କର୍ମଚରୀ ପାଟି କରିବାରୁ ଚୋରମାନେ ଦଉଡ଼ି ପଳାଇଥିଲେ । ତେବେ ଜଣେ ଚୋର ଧରାପଡ଼ିଯିବାରୁ ଉତ୍ୟକ୍ତ ଲୋକ ବାନ୍ଧି ନିର୍ଧୁମ ଛେଚିଥିଲେ । ପରେ ଚିଙ୍ଗୁଡ଼ି ଫାର୍ମର ମାଲିକ ବିଷ୍ଣୁପଦ ଦାସ ଧାମରା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଚୋରକୁ ଥାନାକୁ ନେଇ ଅନ୍ୟମାନଙ୍କ ସଂପର୍କରେ ଖୋଳତାଡ଼ ଆରମ୍ଭ କରିଛି ।
Related Posts
ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘରର କାନ୍ଥ, ସ୍ୱାମୀ-ସ୍ତ୍ରୀ ଗୁରୁତର
15 August 2022