ପୋଲ ଉପରେ ଚାଲୁଛି ୩ ଫୁଟ ପାଣି, ୧୦ଗାଁର ଲୋକ ପ୍ରଭାବିତ

Published By : Prameya-News7 Bureau | August 15, 2020 IST

ତେଲକୋଇ ୧୫।୮: ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ତେଲକୋଇ । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବିଭିନ୍ନ ନଦୀରେ ଜଳସ୍ତର ବଢିଥିବା ବେଳେ କରଦାଙ୍ଗି ଗାଁ ପାଖ ଘୁରୁଡିଆ ନଦୀର ପୋଲ ଉପରେ ପ୍ରାୟ ୩ ଫୁଟର ପାଣି ଚାଲୁଛି । ଫଳରେ ନଦୀ ସେପଟେ ଥିବା ୧୦ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି ।

{"id":314964,"sizeSlug":"large"}

ଆଜି ସ୍ବାଧୀନତା ଦିବସ ଥିବାରୁ ଶିକ୍ଷକମାନେ ନିଜ ସ୍କୁଲକୁ ପତାକା ଉତ୍ତୋଳନ କରିବା ପାଇଁ ଯାଇପାରି ନଥିଲେ । ଏହାସହିତ ମେଡିକାଲ କର୍ମଚାରୀ ଓ ଗୁରୁତର ରୋଗୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଅତ୍ୟାବଶ୍ୟକ ସେବା ମଧ୍ୟ ପାଇବାରୁ ଲୋକେ ବଞ୍ଚିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.