ସାତକୋଶିଆରେ ବାଘଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟ ଭିତରେ ଥିବା ଗ୍ରାମବାସୀ ହେବେ ବିସ୍ଥାପିତ !
Published By : Prameya-News7 Bureau | October 29, 2018 IST
ଅନୁଗୋଳ ୨୯|୧୦: ସାତକୋଶିଆରେ ବାଘଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟ ଭିତରେ ଥିବା ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯାଇପାରେ । ଏମିତି କିଛି ଯୋଜନାରେ ଅଗ୍ରସର ହେଉଛି ବନ ବିଭାଗ । ଏଥିପାଇଁ ବିସ୍ଥାପିତ ହେବାକୁ ଥିବା ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ। ସାତକୋଶିଆ ଗସ୍ତରେ ଯାଇଛନ୍ତି ଡିଏଫଓ ରାମାସ୍ବାମୀ । ସେ କହିଛନ୍ତି ଆଜି ମଧ୍ୟପ୍ରଦେଶରୁ ଟ୍ରାଙ୍କୁଲାଇଜ ଟିମ୍ ପହଞ୍ଚିବେ । ସୁନ୍ଦରୀକୁ ଖୁବ୍ ଶୀଘ୍ର ଟ୍ରାଙ୍କୁଲାଇଜ୍ କରାଯିବ । ସୁନ୍ଦରୀକୁ ନେଇ ହିଂସାକାଣ୍ଡ ଘଟଣାରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଉତ୍ତେଜନା ବେଳେ ସାଧାରଣ ଲୋକ ଜାଳିପୋଡି ନଷ୍ଟ କରିଥିବା କୁମୁରୀ ବିଟ୍ ହାଉସ୍ ସହ ବିଭିନ୍ନ ସ୍ଥାନରେ ଥିବା ଚେକ୍ ଗେଟ୍ ବୁଲି ଦେଖିଛନ୍ତି ଡିଏଫଓ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ଟିମ୍ ଓ ଏଥିପାଇଁ ଲାଗିଥିବା ବନ ବିଭାଗ ଟିମ୍ ସହ ଆଲୋଚନା କରିଛନ୍ତି ଡିଏଫଓ ।