ନୂଆପଡା ସାଲିହା ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
Published By : Prameya-News7 Bureau | May 16, 2018 IST
ନୂଆପଡା ଥାନା ସାଲିହା ଗାଁରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଗାଁର ଅଜିତ ରାମ ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ନୂଆପଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ଅଜିତ ଘରର ବାଡିପଟକୁ ଯାଇଥିବାବେଳେ ୨ଟି ଭାଲୁ ଆକ୍ରମଣ କରିଥିଲେ । ଭାଲୁକୁ ନେଇ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି ।