ସୀମା ଟପିଲା ବର୍ବରତା; ସରପଞ୍ଚଙ୍କ ନିର୍ଦ୍ଦେଶରେ ବିଷ ଦେଇ ମାରିଲେ ୧୮ ବୁଲାକୁକୁର

Published By : Prameya-News7 Bureau | October 17, 2022 IST

ହାଇଦ୍ରାବାଦ: ପଶୁଙ୍କ ସହ ଅତ୍ୟାଚାରର ସୀମା ଟପିଯାଇଛି। ବିଷ ଦେଇ ୧୮ ବୁଲା କୁକୁରଙ୍କୁ ହତ୍ୟା କରିଛନ୍ତି ୩ ଦୁର୍ବୃତ୍ତ। ସେମାନଙ୍କ ମଧ୍ୟରୁ ଜଣେ ସରପଞ୍ଚ ବି ରହିଛନ୍ତି।

ଏହି ମାମଲାରେ ଅଭିଯୁକ୍ତ କେ ବୀରବାବୁଙ୍କୁ ଆନ୍ଧ୍ରପ୍ରଦେଶ ଇଲୁରୁ ଜିଲ୍ଲା ଚେବ୍ରୋଲେ ଗାଁରୁ ଗିରଫ କରିଛି। ବୀରବାଙ୍କୁ ବିରୋଧରେ ୧୮ ବୁଲାକୁକୁରଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। ଗାଁ ସରପଞ୍ଚ ଓ ସେକ୍ରେଟାରୀଙ୍କ ନିର୍ଦ୍ଦେଶରେ ବୀରବାବୁ ଏପରି କରିଥିବା ସେ କହିଛନ୍ତି।  ଏହି ମାମଲାରେ ଉପଯୁକ୍ତ ଦଫା ଲଗାଇଛି ପୁଲିସ୍।

ଚେବ୍ରୋଲୁ ପୁଲିସ ଅଭିଯୁକ୍ତ କେ ବୀରବାବୁ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟ ଧାରା ଓ ପଶୁ ଅତ୍ୟାଚାର ନିରୋଧୀ ଆଇନର ଧାରା ୪୨୮, ଏବଂ ୪୨୯ରେ ମାମଲା ରୁଜୁ କରିଛି। ଏହି ଘଟଣାକୁ ସମ୍ପର୍କରେ ସୂଚନା ଦେଇଛନ୍ତି ପଶୁ ଅଧିକାର ପାଇଁ ଲଢ଼େଇ କରୁଥିବା ଶ୍ରୀଲତା ଚାଲ୍ଲାପଲ୍ଲୀ। ସେ କହିଛନ୍ତି ଯେ ଚିବ୍ରୋଲର ପଞ୍ଜାୟତ ସେକ୍ରେଟେରୀ ଓ ସରପଞ୍ଚ ବୁଲାକୁକୁରଙ୍କୁ ହତ୍ୟା କରିବାକୁ ଜଣେ ବ୍ୟକ୍ତିଙ୍କୁ ଡାକିଥିଲେ। ଏନେଇ ସେ ଅକ୍ଟୋବର ୧୫ ତାରିଖରେ ସୂଚନା ପାଇଥିଲେ। ଏହାପରେ ଘଟଣାର ତଦନ୍ତ ପାଇଁ ସେ ଦୁଇ ଜଣ ଲୋକ ପଠାଇଥିଲେ।

ଏନେଇ ଶ୍ରୀଲତା କହିଛନ୍ତି “ ଘଟଣା ସତ କି ମିଛି ଜାଣିବା ପାଇଁ ମୁଁ ଦୁଇ ଜଣ ଲୋକଙ୍କୁ ପଠାଥିଲି। କିନ୍ତୁ ସେମାନେ ସେଠାରେ ପହଞ୍ଚିବା ଭିତରେ ବିଷ ଇଞ୍ଜେକ୍ସନ ଦେଇ ୧୮ କୁକୁରଙ୍କୁ ହତ୍ୟା କରାଯାଇସାରିଥିଲା। ଏହାପରେ ଆମ ପୁଲିସ ଓ ଉଦ୍ଦିଷ୍ଟ କର୍ମଚାରୀଙ୍କୁ ଖବର ଦେବା ସହିତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବାକୁ ଅନୁରୋଧ କରିଥିଲୁ।”

ଶ୍ରୀଲତା ଆହୁରି ମଧ୍ୟ କହିଛନ୍ତି ଯେ “ କେବଳ ଚୋବ୍ରୋଲ ନୁହେଁ ଇଲୁରି ଜିଲ୍ଲାର ଅନ୍ୟ କେତେକ ସ୍ଥାନରେ ମଧ୍ୟକ ବୁଲା କୁକୁର ହତ୍ୟା କରାଯାଉଛି। ଏନେଇ ଆମେ କୋର୍ଟରେ ଏକ ଆବେଦନ କରିଛୁ ଓ ଶୁଣାଣିକୁ ବି ଯାଉଛି। ଏହା ସତ୍ତ୍ୱେ ବି ବୁଲାକୁକୁରଙ୍କ ହତ୍ୟା କରାଯାଉଛି। ତେଣୁ ମୁଁ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛି ଯେ ପଶୁ ହତ୍ୟା ରୋକିବାକୁ ସେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରନ୍ତୁ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.