ଦୁଇ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ, ହରିଚନ୍ଦନପୁର ବ୍ଲକ୍‌ର ଭଁଅରପୁର ଗାଁ ୫୦ଘଣ୍ଟା ପାଇଁ ସଟ୍ ଡାଉନ୍

Published By : Prameya-News7 Bureau | July 23, 2020 IST

ତେଲକୋଇ ୨୩।୭: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଧ୍ୟ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

{"id":304366,"sizeSlug":"large"}

ବୁଧବାର କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକରୁ ଦୁଇ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭଁଅରପୁର ଗାଁରୁ ଚିହ୍ନଟ ହୋଇଥିବା ସ୍ଥାନୀୟ ଆକ୍ରାନ୍ତ ଗାଁ ଲୋକଙ୍କ ସହିତ ମିଳାମିଶା କରିବା ସହିତ ହରିଚନ୍ଦନପୁର ବଜାରରେ ମଧ୍ୟ ବୁଲାବୁଲି କରିଥିବା ଜଣାପଡିଛି । ଫଳରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଭଅଁରପୁର ଗାଁକୁ ମଧ୍ୟ ୫୦ ଘଣ୍ଟା ପାଇଁ ସଟ୍ ଡାଉନ୍ କରାଯାଇଛି । ବୁଧବାର ଦୁଇ ଆକ୍ରାନ୍ତଙ୍କୁ ମିଶାଇ ହରିଚନ୍ଦନପୁର ବ୍ଲକର ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.