ବିକ୍ରାନ୍ତ ମେସିଙ୍କ ସହ ଜମିବ ନୋରା ଫତେହିଙ୍କ ଯୋଡି: ଥ୍ରୀଲର ଡ୍ରାମାରେ ଏକାସାଙ୍ଗେ ଆସିବେ ନଜର

Published By : Prameya-News7 Bureau | August 25, 2021 IST

ମୁମ୍ବାଇ ୨୫/୦୮ : ଟିଭି ଜଗତରୁ ବଲିଉଡକୁ ଏଣ୍ଟ୍ରି କରିଥିବା ଅଭିନେତା ବିକ୍ରାନ୍ତ ମେସି ହିନ୍ଦୀ ସିନେମା ଜଗତରେ ନାଁ କରିବାକୁ କଠିନ ପରିଶ୍ରମ କରିଛନ୍ତି। ନିଜ ପରିଶ୍ରମ ବଳରେ ସେ ଆଜି ଜଣେ ଅଗଧାଡ଼ିର ଅଭିନେତା ହୋଇପାରିଛନ୍ତି। ତାଙ୍କ କ୍ୟାରିଅର ଗ୍ରାଫ ଦ୍ରୁତ ଗତିରେ ବଢିଚାଲିଛି। ଫିଲ୍ମ 'ଛପାକ'ରେ ସେ ଦୀପିକା ପାଦୁକୋନଙ୍କ ସହ ନଜର ଆସିଥିଲେ। ତାପରେ ୟାମୀ ଗୌତମଙ୍କ 'ଗିନ୍ନି ୱେଡ୍ସ ସନି' ଓ ତାପସି ପନ୍ନୁଙ୍କ ସହ 'ହସିଣ ଦିଲରୁବା' ଏବଂ କୃତି ଖରବନ୍ଦାଙ୍କ ସହ '୧୪ ଫେରେ'ରେ ନଜର ଆସିଥିଲେ। ଏହି ତାଲିକାରେ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ସାମିଲ ହେବାକୁ ଯାଉଛି।

wp:html
/wp:html

Peeping Moon ରିପୋର୍ଟ ଅନୁଯାୟୀ, ବିକ୍ରାନ୍ତ ମେସିଙ୍କୁ 'ବ୍ଲାକଆଉଟ' ନାମକ ଆଉ ଏକ ପ୍ରୋଜେକ୍ଟ ମିଳିଛି। ଏଥିରେ ସେ ନୋରା ଫତେହିଙ୍କ ସହ ନଜର ଆସିବେ। 'ବ୍ଲାକଆଉଟ' ଏକ ଥ୍ରୀଲର ଡ୍ରାମା। ଏହା ଓଟିଟିରେ ରିଲିଜ ହେବା। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଦେବାଙ୍ଗ ଭାବସାର। ଆଗାମୀ ଅକ୍ଟୋବର-ନଭେମ୍ବର ସୁଦ୍ଧା ଏହି ଡ୍ରାମାର ଶୁଟିଂ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ଉଭୟଙ୍କ ପ୍ରଶଂସକ ଏହି ଖବର ଶୁଣି ବହୁତ ଖୁସି।

wp:html
/wp:html

ଏହାଛଡା ବିକ୍ରାନ୍ତ ମେସି ବିଜୟ ସେତୁପତିଙ୍କ ସହ 'ମୁମ୍ବାଇକର', ସାନ୍ୟା ମଲହୋତ୍ରାଙ୍କ ସହ 'ଲଭ ହଷ୍ଟଲ' ଓ ବାବିଲି ଦେଓଲ ଓ ରାଧିକା ଆପ୍ତେଙ୍କ ସହ 'ଫରେନସିକ'ରେ ନଜର ଆସିବେ। ଫିଲ୍ମ 'ଲୁଟେରା'ରୁ ବିକ୍ରାନ୍ତ ମେସି ବଲିଉଡରେ ଡେବ୍ୟୁ କରିଥିଲେ। ବଲିଉଡ ହଙ୍ଗାମା ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ୧୭ ବର୍ଷର ଯାତ୍ରାକୁ ଦର୍ଶକ ସରଳ କରିଛନ୍ତି। ଦର୍ଶକ ତାଙ୍କୁ ପସନ୍ଦ କରନ୍ତି ଏହା ତାଙ୍କ ପାଇଁ ବହୁତ ବଡ କଥା ବୋଲି ସେ କହିଛନ୍ତି।

{"id":501192,"width":599,"height":401,"sizeSlug":"full","linkDestination":"none"}

ବର୍ତ୍ତମାନ ବିକ୍ରାନ୍ତ 'ଫରେନସିକ' ଶୁଟିଂରେ ବ୍ୟସ୍ତ ଅଛନ୍ତି। ନୋରାଙ୍କୁ ନିକଟରେ ଅଜୟ ଦେବଗନଙ୍କ ଫିଲ 'ଭୁଜ୍-ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ'ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ସେ ଜାସୁସ ଚରିତ୍ରରେ ଅଭିନୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.