ଦର୍ଶକଙ୍କ ପସନ୍ଦ ଆସିଲା 'ବିକ୍ରମ ବେଧା',ସୋସିଆଲ୍‌ ମିଡିଆରେ କରୁଛନ୍ତି ଏପରି ଟ୍ଵିଟ୍‌

Published By : Prameya-News7 Bureau | September 30, 2022 IST

ମୁମ୍ଵାଇ ୩୦।୦୯: ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ବିକ୍ରମ ବେଧା ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହା ସାଉଥ ଫିଲ୍ମର ହିନ୍ଦୀ ରିମେକ୍। ଦର୍ଶକ ଏହି ଚଳଚ୍ଚିତ୍ର ପାଇଁ ଦୀର୍ଘ ସମୟ ଧରି ଉତ୍ସାହିତ ଥିଲେ । ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ ହେବା ମାତ୍ରେ ଲୋକଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଆସିବା ଆରମ୍ଭ କରିଛି। ତେବେ ଆସନ୍ତୁ ଜାଣିବା ବିକ୍ରମ ବେଧା’ର ଟ୍ୱିଟର ସମୀକ୍ଷା କିପରି ଥିଲା-

wp:html /wp:html

ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରି ଜଣେ ଉପଭୋକ୍ତା ଲେଖିଛନ୍ତି, 'ହ୍ରିତିକଙ୍କ ସ୍ଵାଗ ଏବଂ ସୈଫ୍‌ଙ୍କ ଆକ୍ସନ ଅତ୍ୟନ୍ତ ସୁନ୍ଦର। ଚଳଚ୍ଚିତ୍ରରେ ଦେଖାଯାଇଥିବା ଟୁଇଷ୍ଟ ଏବଂ ଟର୍ନ୍ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ କାହାଣୀ ଯୋଡି ରଖିବ।

wp:html /wp:html

ଅନ୍ୟ ଜଣେ ୟୁଜର୍ସ ଏହି ପୋଷ୍ଟରେ ଲେଖିଛନ୍ତି ବିକ୍ରମ ବେଧା ଫିଲ୍ମରେ ଦୁଇ ମାଷ୍ଟର ବ୍ଲାଷ୍ଟର ଅଭିନେତାଙ୍କ ଅଭିନୟ ଚମତ୍କାର । ଫିଲ୍ମରେ ହ୍ରିତିକଙ୍କ ଉପସ୍ଥିତି ଏକ ଭିନ୍ନ ରୂପ ଦେଇଛି। ଏହି ସମୟରେ ସୈଫଙ୍କ ଚରିତ୍ରରେ ମାଧବନଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥିଲା। ତେବେ ଏଥିରୁ ଜଣାପଡୁଛି ଏହି ଫିଲ୍ମ ଆଗାମୀ ଦିନରେ ଭଲ କଲେକସନ୍‌ କରିବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.