ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଭାଇକୁ ଖୋଜୁଛି ପୋଲିସ, ମା’ କହିଲେ- ‘ଆତ୍ମସମର୍ପଣ କରିଦେ, ନଚେତ୍ ପୋଲିସ ଗୁଳିରେ ମରିଯିବୁ’

Published By : Prameya-News7 Bureau | July 22, 2020 IST

ଲକ୍ଷ୍ନୌ ୨୨।୭: ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ମା’ ସରଲା ଦେବୀ ବୁଧବାର ତାଙ୍କ ସାନପୁଅ ଦୀପ ପ୍ରକାଶ ଦୁବେଙ୍କୁ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ସେ ଯଦି ଏହା ନ କରନ୍ତି ତେବେ ତାଙ୍କୁ ଏବଂ ତାଙ୍କ ପରିବାରକୁ ମାରିଦିଆଯିବ । ANI ସହ କଥାବାର୍ତ୍ତା ବେଳେ ସରଲା ଦେବୀ କହିଛନ୍ତି, ‘ଦୀପ ପ୍ରକାଶ, ତୁମେ ସାମ୍ନାକୁ ଆସି ଆତ୍ମସମର୍ପଣ କର । ନଚେତ୍ ପୋଲିସ ତୁମକୁ ଏବଂ ତୁମ ପରିବାରକୁ ମାରିଦେବ । ତୁମେ ସାମ୍ନାକୁ ଆସ, ପୋଲିସ ତୁମକୁ ସୁରକ୍ଷା ଦେବ । ସେମାନେ କେବଳ କିଛି ପ୍ରଶ୍ନ ପଚାରିବେ । ଯେତେବେଳେ ତୁମେ କିଛି ଭୁଲ କରିନାହଁ, କାହିଁକି ଲୁଚିଛ । ତୁମ ଭାଇ ଯୋଗୁଁ ତୁମେ ଲୁଚନାହିଁ । ଅନ୍ତତଃ ମୋତେ ଫୋନ୍ କର ।’

ଉତ୍ତରପ୍ରଦେଶର ଅତିରିକ୍ତ ମହାନିର୍ଦ୍ଦେଶକ ପୋଲିସ (ଏଡିଜି) ଆଇନ ଏବଂ ବ୍ୟବସ୍ଥା ପ୍ରଶାନ୍ତ କୁମାରଙ୍କ ଅନୁସାରେ ଜୁଲାଇ ୩ରେ କାନପୁର ଏନକାଉଣ୍ଟର ପରେ ଦୀପ ପ୍ରକାଶ ଫେରାର ହୋଇଯାଇଛନ୍ତି । ଲକ୍ଷ୍ନୌ ପୋଲିସ ହିଷ୍ଟ୍ରିସିଟର ଦୀପ ପ୍ରକାଶଙ୍କ ଠିକଣା ସମ୍ପର୍କିତ ସୂଚନା ପ୍ରଦାନ କରି ୨୦ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ।

ଏନକାଉଣ୍ଟରରେ ନିହତ ହୋଇଥିବା ବିକାଶ ଦୁବେଙ୍କୁ ଜୁଲାଇ ୯ ତାରିଖରେ ମଧ୍ୟପ୍ରଦେଶ ପୋଲିସ ଉଜୈନର ମହାକାଳ ମନ୍ଦିର ପରିସରରୁ ଗିରଫ କରିଥିଲା । କାନପୁରରେ ଏନକାଉଣ୍ଟର ପରେ ଫେରାର ହୋଇଯାଇଥିଲା । ଏନକାଉଣ୍ଟରରେ ୮ଜଣ ପୋଲିସ କର୍ମଚାରୀ ନିହତ ହୋଇଥିଲେ । ଉତ୍ତରପ୍ରଦେଶ ପୋଲିସ ୧୦ ଜୁଲାଇରେ ଉଜୈନରୁ କାନପୁରକୁ ନେଇଯିବାବେଳେ ଖସିଯିବାକୁ ଚେଷ୍ଟା କରିବା ବେଳେ ପୋଲିସ ଏନକାଉଣ୍ଟରରେ ବିକାଶ ଦୁବେଙ୍କୁ ନିହତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.