ୱାଲେସ୍ ଓ ଇଂଲଣ୍ଡ ହାଇକୋର୍ଟରୁ ମାଲ୍ୟାଙ୍କୁ ଆଶ୍ୱସ୍ତି, ଲଣ୍ଡନ ଘରକୁ refinance କରିବେ

Published By : Prameya-News7 Bureau | March 22, 2020 IST

ଲଣ୍ଡନ: ସ୍ୱିସ୍ ବ୍ୟାଙ୍କର ଋଣ ଲାଗି ବିଜୟମାଲ୍ୟାଙ୍କୁ ତାଙ୍କ ଲଣ୍ଡନସ୍ଥିତ ପାରିବାରିକ ଘରୁ ବାହାରିବାକୁ ପଡିବନି। ଏଥିଲାଗି ସେ ରିଫାଇନାନ୍ସ କରିପାରିବେ।  ୱାଲେସ୍ ଓ ଇଂଲଣ୍ଡ ହାଇକୋର୍ଟ ଏଥିଲାଗି ମାଲ୍ୟାଙ୍କୁ ସବୁଜ ସଙ୍କେତ ଦେଇଛନ୍ତି। ମାଲ୍ୟା ସ୍ୱିଡେନ ବ୍ୟାଙ୍କ ୟୁବିଏସ୍‌ରେ ତାଙ୍କ ଘର ବନ୍ଧକ ରଖି ୨୦୦ କୋଟି ଟଙ୍କା ଋଣ ନେଇଥିଲେ। ତେବେ ପରେ ତାର କିସ୍ତି ନ ସୁଝିବାରୁ ମାଲ୍ୟଙ୍କ ବେକରେ କଣ୍ଟା ପାଲଟିଛି।

{"id":242629,"width":580,"height":325,"sizeSlug":"large"}

ବାହାମାସର ଏକ ପଞ୍ଜିକୃତ କମ୍ପାନୀ ମାଲ୍ୟାଙ୍କ ଘରକୁ ରିଫାଇନାନସିଂ ଲାଗି ରାଜି ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଏପ୍ରିଲ ୩୦ ତାରିଖ ପୂର୍ବରୁ ମାଲ୍ୟାଙ୍କୁ ୟୁବିଏସର ଋଣ ଚୁକ୍ତା କରିବାକୁ ହେବ। ତେବେ ମାସକ ପୂର୍ବରୁ ରିଫାଇନାନସିଂର ବ୍ୟବସ୍ଥା କରିବାରେ ସେ ସମର୍ଥ ହୋଇଛନ୍ତି। ମାଲ୍ୟାଙ୍କ ଏହି ଘରଟି ରିଜେଣ୍ଟସ୍ ପାର୍କରୁ ସ୍ପଷ୍ଟ ଦେଖାଯାଏ। ଯାହା ମାଡାମ ତୁଷାଡଙ୍କ ସଂଗ୍ରହାଳୟକୁ ଲାଗି ରହିଛି। ଏକ ଡଜନରୁ ଊର୍ଦ୍ଧ୍ୱ ଶୟନକକ୍ଷ ଥିବା ଏହି ଘରଟି ମାଲ୍ୟାଙ୍କ ପାରିବାରିକ ଟ୍ରଷ୍ଟ ରୋଜ କ୍ୟାପିଟାଲ ଭେଞ୍ଚର୍ସନାମରେ ପଞ୍ଜିକୃତ ହୋଇଛି।

{"id":242630,"sizeSlug":"large"}

ଏହି ଘରକୁ ବନ୍ଧକ ରଖି ମାଲ୍ୟା ଆଣିଥିବା ଋଣ ୨୦.୪ ମିଲିୟନ ପାଣ୍ଡରେ ପହଞ୍ଚିଥିବା ବେଳେ ଏହାକୁ ନେଇ ଗତ ୨୦୧୨ ମସିହାରୁ ଆିନ ଯୁଦ୍ଧ ଲାଗିଛି। ତେବେ ଘର ଉପରେ ରିଫାଇନାନ୍ସିଂ ଲାଗି କୋର୍ଟ ଶୁକ୍ରବାର ରୋଜ କ୍ୟାପିଟାଲ ଭେଞ୍ଚର୍ସକୁ ଅନୁମତି ଦେଇଛନ୍ତି। ଏଣୁ ସ୍ୱିସ୍ ବ୍ୟାଙ୍କ ଆଡୁ ଥିବା ମାଲ୍ୟାଙ୍କ ସଂକଟ ଏବେ ଟଳିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.