ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା : ୩ମାସ ତଳେ କରିଥିଲେ ପ୍ରେମ ବିବାହ

Published By : Prameya-News7 Bureau | April 30, 2020 IST

ରାମଗଡ଼ ୩୦/୪: ଜଣେ ସହକାରୀ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ନହତ୍ୟା ନେଇ ଆଲୋଡନ । ମୃତ ବ୍ୟାଙ୍କ ଅଫିସର ଜଣଙ୍କ ହେଉଛନ୍ତି ପଲ୍ଲବୀ ପୂଜା । ଗତ ବୁଧବାର ସନ୍ଧ୍ୟାରେ ସେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଶରୀର ସିଲିଂ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତକ ଗୋଲପାର ସ୍ଥିତ ସତକୌଡ଼ି ନଗରରେ ଭଡ଼ାଘରେ ଗତ ଦୁଇ ବର୍ଷ ହେବ ଏକୁଟିଆ ରହୁଥିଲେ। ସନ୍ଧ୍ୟାରେ ପଲ୍ଲବୀଙ୍କ ରୁମ୍ ବନ୍ଦ ଥିବା ଦେଖି ଘର ମାଲିକ ତାଙ୍କୁ ଡାକିଥିଲେ। କିନ୍ତୁ ଭିତରୁ କୌଣସି ଜବାବ ମିଳିନଥିଲା । ଏହା ପରେ ଝରକା ଫାଙ୍କରେ ଦେଖିବାରୁ ପଲ୍ଲବୀଙ୍କ ଝୁଲନ୍ତା ଶରୀର ଦେଖିବାକୁ ମିଳିଥିଲା । ଘର ମାଲିକ ପଡ଼ୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ। ରୁମରେ ଥିବା ସିଲିଂ ଫ୍ୟାନ୍‌ରେ ପଲ୍ଲବୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ସେଠାରେ ଥିବା ଲୋକେ ମୃତ ଶରୀରକୁ ପଙ୍ଖାରୁ ତଳକୁ ଓହ୍ଲାଇ ପ୍ରଥମେ ପୋଲିସ୍ । ତା’ପରେ ଘର ଲୋକଙ୍କୁ ଘଟଣା ବିଷୟରେ ସୂଚନା ଦେଇଥି​‌ଲେ। ପଲ୍ଲବୀଙ୍କ ବାପା-ମାଆ ହଜାରୀବାଗରେ ରୁହନ୍ତି।

ବୁଧବାର ସନ୍ଧ୍ୟା ସାଢ଼େ ୪ଟାବେଳେ ପଲ୍ଲବୀ ବ୍ୟାଙ୍କରୁ କାମ ସାରି ନିଜ ରୁମକୁ ଫେରିଥିଲେ। ଅଧ ଘଣ୍ଟା ପରେ ଘର ମାଲିକଙ୍କୁ ଫୋନ୍ କରି ପଲ୍ଲବୀଙ୍କ ସ୍ବାମୀ କହିଥିଲେ ଯେ ପଲ୍ଲବୀ ଫୋନ୍ ଉଠାଉ ନାହାନ୍ତି। ୩ମାସ ତଳେ ପଲ୍ଲବୀ ପାଟନାରେ ରହୁଥିବା ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ପଲ୍ଲବୀ ନିକଟସ୍ଥ ବିଜୟା ବ୍ୟାଙ୍କରେ ସହକାରୀ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଅପମୃତ୍ୟୁର କାରଣ ଜଣାପଡିନାହିଁ । ପୋଲିସ୍ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ଛାନ୍‌ଭିନ୍‌ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.