ପ୍ରଥମ ଥର ତମନ୍ନାଙ୍କ ଫଟୋରେ ବିଜୟ ଦେଲେ ଏମିତି କମେଣ୍ଟ, ଚର୍ଚ୍ଚା ଜୋର

Published By : Prameya-News7 Bureau | January 22, 2023 IST

ମୁମ୍ଵାଇ ୨୨।୦୧: ବର୍ତ୍ତମାନ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ଚାଲିଛି ଚର୍ଚ୍ଚା । ଉଭୟଙ୍କୁ ଏକାଠି ଅନେକ ଥର ଦେଖିବାକୁ ମିଳିଛି । ଏହି ରୁମଡ କପଲ ସବୁବେଳେ କ୍ୟାମେରା ସାମ୍ନାରେ ନଜର ଆସନ୍ତି।  କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ନିଜ ସମ୍ପର୍କ ବିଷୟରେ କିଛି କହି ନାହାଁନ୍ତି। ହେଉଥିବା ଚର୍ଚ୍ଚା ମଧ୍ୟରେ ଅଭିନେତା ବିଜୟ ଇନଷ୍ଟାଗ୍ରାମରେ ତମନ୍ନାଙ୍କ ପୋଷ୍ଟ ଉପରେ ଏପରି କମେଣ୍ଟ ଦେଇଛନ୍ତି। ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

ତମନ୍ନା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସେହି ନାଲି ପୋଷାକରେ ନଜର ଆସିଥିଲେ। ଭିଡିଓର କ୍ୟାପସନରେ ଲେଖିଛନ୍ତି, 'ସୁନ୍ଦର ପୋଷାକ ଏବଂ ସୁନ୍ଦର ସ୍ଥାନ ସବୁଠୁ ସୁନ୍ଦର ଫଟୋ ତିଆରି କରେ। ଯାହା ବିଜୟ ବର୍ମାଙ୍କୁ ଚକିତ କରିଛି! ବିଜୟ ଅଭିନେତ୍ରୀଙ୍କ ପୋଷ୍ଟରେ ଅଗ୍ନି ସହ ଅନେକ ଇମୋଜି ଦେଇଛନ୍ତି। ପ୍ରଶଂସକମାନେ ସେସବୁକୁ ଦେଖି ମନ ଅନେକ କଳ୍ପନା ଜଳ୍ପନା ଆରମ୍ଭ କରି ଦେଇଛନ୍ତି। କହିବାକୁ ଗଲେ ତମନ୍ନା ଏବଂ ବିଜୟ ଇନଷ୍ଟାଗ୍ରାମ ପୋଷ୍ଟକୁ ପ୍ରଶଂସକମାନେ ଖୁବ୍‌ 'ପସନ୍ଦ କରନ୍ତି'।

ବିଜୟ ଏବଂ ତମନ୍ନା ନୂଆ ବର୍ଷ ପାର୍ଟିରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ଉଭୟ ପରସ୍ପରକୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ। ହେଲେ ଏହି ଭାଇରାଲ୍ ଭିଡିଓ ଅତ୍ୟନ୍ତ ସ୍ପଷ୍ଟ ନଥିଲା। କିନ୍ତୁ ପ୍ରଶଂସକମାନେ ନିଶ୍ଚିତ ଥିଲେ ଯେ ଭିଡିଓରେ ଚୁମ୍ବନ ଦେଉଥିବା କପଲ ତମନ୍ନା ଏବଂ ବିଜୟଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଦୁହେଁ ଏହି ଡେଟିଂକୁ ଏପର୍ଯ୍ୟନ୍ତ ନିଶ୍ଚିତ କରି ନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.