Paytmକୁ ଆଉ ଏକ ଝଟକା ! ଇସ୍ତଫା ଦେଲେ ପେମେଣ୍ଟ ବ୍ୟାଙ୍କ ଅଧ୍ୟକ୍ଷ ବିଜୟ ଶେଖର

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କାର୍ଯ୍ୟାନୁଷ୍ଠାନ ପରଠାରୁ ପେଟିଏମ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ଏହି କାର୍ଯ୍ୟାନୁଷ୍ଠାନ ପରେ କମ୍ପାନିକୁ ବହୁ କ୍ଷତିର ସାମ୍ନା କରିବାକୁ ପଡ଼ିଛି । ବିଶେଷ କରି ପେଟିଏମ ପେମେଣ୍ଟ ବ୍ୟାଙ୍କକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କକୁ ଲାଗିଛି ଆଉ ଏକ ବଡ଼ ଝଟକା।

ପେମେଣ୍ଟ୍ସ ବ୍ୟାଙ୍କ୍‌ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ଶେଖର ଶର୍ମା। ଏହା ସହ ପେଟିଏମ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ବୋର୍ଡ ପୁର୍ନଗଠନ ନେଇ ମଧ୍ୟ ଘୋଷଣା କରାଯାଇଛି । ସୋମବାର ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେସନ କହିଛି ଫାଉଣ୍ଡର ବିଜୟ ଶର୍ମା ପେମେଣ୍ଟ ବ୍ୟାଙ୍କ୍‌ ବୋର୍ଡ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ, ପେଟିଏମରେ ସବୁଠାରୁ ଅଧିକ ଶେୟାର ଥିବା ବ୍ୟକ୍ତି ହେଉଛନ୍ତି ବିଜୟ ଶେଖର ଶର୍ମା ।

ଆହୁରି ପଢ଼ନ୍ତୁ: ପେଟିଏମ୍‌ ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCIକୁ ଆରବିଆଇର ନିର୍ଦ୍ଦେଶ

ତେବେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ ଶ୍ରୀଧର, ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଦେବେନ୍ଦ୍ରନାଥ ଷଡ଼ଙ୍ଗୀ, ବ୍ୟାଙ୍କ୍‌ ଅଫ୍‌ ବରୋଦାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଶୋକ କୁମାର ଗର୍ଗ ଏବଂ ଅବସରପ୍ରାପ୍ତ ଆଇଏଏସ ରଜନୀ ସେଖରୀ ସିବ୍ବଲ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବରେ ବୋର୍ଡରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ବୋର୍ଡରେ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବରେ ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ୍‌ର ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅରବିନ୍ଦ କୁମାର ଜୈନ ଏବଂ ପେଟିଏମ ପେମେଣ୍ଟସ ବ୍ୟାଙ୍କ୍‌ର ଏମଡି ଏବଂ ସିଇଓ ସୁରିନ୍ଦର ଚାଓ୍ବଲା ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.