ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

‘Jawan’ ପାଇଁ ବିଜୟ ସେତୁପତି ନେଇଛନ୍ତି ଏତିକି କୋଟି ! ଜାଣନ୍ତୁ SRKଙ୍କ ଫିଲ୍ମର ପୂରା ବଜେଟ୍‌

29/08/2022 at 12:24 PM

ମୁମ୍ଵାଇ ୨୯।୦୮: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜୱାନ’ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କୁ ଏବଂ ତାଙ୍କୁ ଫିଲ୍ମକୁ ଅପେକ୍ଷା କରିଛନ୍ତି। ନିକଟରେ ବିଜୟ ସେଥୁପତି ଫିଲ୍ମରେ ଥିବା ଖବର ଅଧିକ ଗୁଜବ ସୃଷ୍ଟି କରିଛି। ଖବର ଅନୁଯାୟୀ ଏହି ଚଳଚ୍ଚିତ୍ରରେ ବିଜୟ ସେଥୁପତି ଭିଲେନ ତଥା ଖଳନାୟକ ଭୂମିକାରେ ଅଭିନୟ କରିବେ। କେବଳ ଏତିକି ହିଁ ନୁହେଁ ଏଥିପାଇଁ ସେ ମୋଟା ଅଙ୍କର ଚାର୍ଜ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବିଜୟ ସେଥୁପତି ଏହି ଚଳଚ୍ଚିତ୍ର ପାଇଁ ତାଙ୍କର ସର୍ବାଧିକ ଫି ଆଦାୟ କରୁଛନ୍ତି। ବିକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଜୟ ୧୫କୋଟି ଟଙ୍କା ନେଇଥିଲେ। କିନ୍ତୁ ସେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କ ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଯଦି ରିପୋର୍ଟରେ କୁହାଯାଉଛି କି ସେ ଜୱାନ ପାଇଁ ୨୧ କୋଟି ଟଙ୍କା ନେବେ। କହିବାକୁ ଗଲେ ଏହି ଚଳଚ୍ଚିତ୍ରର ମୋଟ ବଜେଟ୍ ୩୦୦ କୋଟିରୁ ଅଧିକ କୁହାଯାଉଛି ।

ସବୁଠାରୁ ବଡ କଥା ହେଲା ବିଜୟ ଜୱାନରେ କାମ କରିବାକୁ ପାଇଁ ୨ଟି ବଡ ଆକ୍ସନ୍ ଫିଲ୍ମକୁ ରିଜେକ୍ଟ କରିଛନ୍ତି। କୁହାଯାଉଛି ଯେ ଶାହାରୁଖ ଖାନଙ୍କ ଫିଲ୍ମରେ ତାଙ୍କ ଚରିତ୍ର ଏତେ ଶକ୍ତିଶାଳୀ ଯେ ସେ ଏହି ଦୁଇଟି ଚଳଚ୍ଚିତ୍ର ଛାଡିବାରେ କୌଣସି ଅସୁବିଧାର ନାହିଁ।

   Related Posts