oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

କ୍ରିକେଟ୍ ଉପରେ କରୋନାର କଳା ବାଦଲ, ଏହି ବଡ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଲା ବିସିସିଆଇ

31/12/2021 at 1:02 PM

ନୂଆଦିଲ୍ଲୀ, ୩୧/୧୨:  ଭାରତରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ଆତଙ୍କ ବଢିବାରେ ଲାଗିଛି । ଫଳରେ ବିସିସିଆଇ ବାଧ୍ୟ ହୋଇ ଏକ ବଡ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ  ବିଜୟ ମର୍ଚାଣ୍ଟ ଅଣ୍ଡର-୧୬ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଛି । ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୯ରୁ ଡେରାଡୁନରେ ଖେଳାଯାଇତାନ୍ତା । ସମସ୍ତ ଖେଳାଳିଙ୍କୁ ଡେରାଡୁନ୍ ପହଁଚିବାକୁ ମଧ୍ୟ କୁହାଯାଇଥିଲା । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିସିସିଆଇ ସଚିବ ଜୟ ଶାହ ଗୁରୁବାର ସମସ୍ତ ରାଜ୍ୟ କ୍ରିକେଟ ସଙ୍ଘକୁ ଇମେଲ ପଠାଇଛନ୍ତି । ଏଥିରେ ସେ କହିଛନ୍ତି ଯେ, ଘରୋଇ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଭଲରେ ଆରମ୍ଭ ହୋଇଥିଲା । ଏବେସୁଦ୍ଧା ୭୪୮ଟି ମୁକାବିଲା ଖେଳାଯାଇଛି । ହଠାତ କରୋନାର ନୂଆ ମାମଲା ବଢିବାରେ ଲାଗିଛି । ତେଣୁ ବାଧ୍ୟ ହୋଇ ବିଜୟ ମର୍ଚାଣ୍ଟ ଅଣ୍ଡର-୧୬ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବାକୁ ପଡୁଛି ।

ସେ ଆହୁରି କହିଛନ୍ତି ଯେ, ବିସିସିଆଇ ସ୍ଥିତି ଉପରେ ଲଗାତର ନଜର ରଖିଛି । ଯଦି ଏବେଠୁ ସୁରକ୍ଷା ଉପରେ ଧ୍ୟାନ ନ ରଖାଯାଏ ତେବେ ମାମଲା ବଢିପାରେ । ତେଣୁ ସମସ୍ତଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଭାଗ ନେବାକୁ ଥିବା ଖେଳାଳି ଭାକସିନ୍ ନେଇ ନାହାଁନ୍ତି । ଯାହା ସବୁଠାରୁ ବଡ କାରଣ ଅଟେ । ଭାକସିନ୍ ନ ନେଇଥିବାରୁ ବିପଦ ମୁଣ୍ଡ ଉପରେ ରହିଛି । ଯୁବ ଖେଳାଳିଙ୍କୁ ବିପଦ ମୁହଁକୁ ଠେଲି ହେବ ନାହିଁ । ତେଣୁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

   Related Posts