krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚଳିତ ବର୍ଷ ରଥଯାତ୍ରା ସବୁ ବିଶୃଙ୍ଖଳାକୁ ଟପିଗଲା, ନା ଠିକ୍‌ରେ ନୀତି ସଂପନ୍ନ ହେଲା ନା ହେରା ପଞ୍ଚମୀ ହେଲା: ବିଜୟ ମହାପାତ୍ର

26/06/2023 at 5:21 PM

ଭୁବନେଶ୍ଵର: ଚଳିତ ବର୍ଷର ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳାକୁ ନେଇ ବିଷୋଦଗାର କରିଛନ୍ତି ବିଜୟ ମହାପାତ୍ର। ସୋମବାର ପ୍ରେସମିଟ୍ କରି କ୍ଷୋଭ ପ୍ରକାଶ କରିବା ସହ ଚଳିତ ବର୍ଷର ରଥଯାତ୍ରାରେ ହେଇଥିବା ବିଶୃଙ୍ଖଳା ଆଗରୁ କେବେ ହେଇନଥିଲା ବୋଲି ବିଜୟ ମହାପାତ୍ର କହିଛନ୍ତି। ଏଥିରେ ଭକ୍ତଙ୍କ ମନରେ ଆଘାତ ସୃଷ୍ଟି ହେଇଛି। ନୀତିକାନ୍ତିରେ ଚରମ ବିଭ୍ରାଟ ଦେଖିବାକୁ ମିଳିଛି।

ସେ କହିଛନ୍ତି,  ଏବେ ପ୍ରଶ୍ନ ଉଠୁଛି ଯେ ବାହୁଡା ଯାତ୍ରା ଓ ସୁନାବେଶରେ ଯଦି ବିଶୃଙ୍ଖଳା ଜାରି ରହେ ତା ହେଲେ କଣ ହେବ ? ରଥଯାତ୍ରା ସମୟରେ ରଥ ଉପରେ ପ୍ରବଳ ଲୋକ ଉପସ୍ଥିତ ରହିଛନ୍ତି। ସେବାୟତଙ୍କୁ ଛାଡ଼ିକି ବାହାର ଲୋକ ରଥ ଉପରକୁ ଚଢ଼ିଗଲେ କେମିତି। ତାର ଚିହ୍ନଟ ହେବା ଦରକାର। ଅତୀତରେ ଏତେ ସଂଖ୍ୟାରେ ଲୋକ ରଥ ଉପରେ  ଦେଖିବାକୁ ମିଳେ ନାହିଁ। ଯେଉଁଥି ପାଇଁ ରଥ ଟଣାରେ ମଧ୍ୟ ବିଭ୍ରାଟ ଘଟିଛି।

ବିଜୟ ମହାପାତ୍ର କହିଛନ୍ତି ମା ଲକ୍ଷ୍ମୀଙ୍କ ହେରା ପଞ୍ଚମୀ ନୀତି ରାତି ୪ଟା ରେ ଅନୁଷ୍ଠିତ ହେଲା। ଅତୀତରେ ୫୦ ବର୍ଷ ଭିତରେ ଯେତେ ରଥଯାତ୍ରା ହୋଇଛି କେବେ ବି ରାତି ୪ଟାରେ ହେରା ପଞ୍ଚମୀ ନୀତି ସଂପନ୍ନ ହୋଇ ନାହିଁ। ରାତି ୧୦ଟାରୁ ୧୧ଟା ମଧ୍ୟରେ ଶେଷ ହୋଇଯାଏ। ଏ ବର୍ଷ ଏତେ ବିଭ୍ରାଟ ହେଲା ଯେ ନୀତିକାନ୍ତି ବହୁ ବିଳମ୍ବ ହେଲା। ଚଳିତ ବର୍ଷ ବିଶୃଙ୍ଖଳା ସମସ୍ତ ସୀମା ଲଙ୍ଘି ଯାଇଛି।  ରଥ ଦାୟିତ୍ୱରେ ଥିବା ଅଧିକାରୀ ମାନେ ଯଦି ଏବେଠୁ ପ୍ରସ୍ତୁତ ନ ହେବେ ବାହୁଡା ଯାତ୍ରା ଓ ସୁନାବେଶ ସଠିକ ସମୟରେ ଶୃଙ୍ଖଳିତ ହେବା ସନ୍ଦେହ।

ମୋର ନିବେଦନ ଛତିଶା ନିଯୋଗ ହୁଅନ୍ତୁ, ମନ୍ଦିର ପ୍ରଶାସନ ହୁଅନ୍ତୁ, ପୋଲି ପ୍ରଶାସନ, ଜିଲ୍ଲା ପ୍ରଶାସନ ଏ ସମସ୍ତେ ଯଦି ମିଳିତ ଭାବେ ଆଜିଠୁ କାମ ଆରମ୍ଭ ନ କରିବେ ତେବେ  ବାହୁଡା ଯାତ୍ରା ଓ ସୁନାବେଶରେ ବିଭ୍ରାଟ ହେବା ନିଶ୍ଚିତ। ମନ୍ଦିର ପ୍ରଶାସକ ଓ ସେବାୟତ ମାନେ ପରସ୍ପର ଭିତରେ ସମନ୍ୱୟ ରକ୍ଷା କରନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ରଥଯାତ୍ରା ଦିନ ତିନି ରଥ ଛାଡ଼ନ୍ତୁ ଶରଧାବାଲିରେ ଗୋଟିଏ ହେଲେ ରଥ ପହଞ୍ଚି ପାରିନଥିଲା। ବଳଭଦ୍ର ରଥ ଶରଧାବାଲି ନିକଟରେ ପହଞ୍ଚିବା ବେଳେ ବଡ଼ଶଙ୍ଖରେ ଦର୍ପଦଳନ ଏବଂ ମାଉସୀ ମା ଛକରେ ନନ୍ଦିଘୋଷ ରଥ ଅଟକିଥିଲା। ତାର ପରବର୍ତ୍ତୀ ଦିନ ପୁଣି ଥରେ ୨ ରଥ ଟଣା ଯାଇ ଶରଧାବାଲିରେ ପହଞ୍ଚିଥିଲା।

ଏ ଖବର ପଢନ୍ତୁ- ବିଜେପି ନେତା ବିଜୟ ମହାପାତ୍ରଙ୍କ ଘରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

   Related Posts