Koffee With Karan 7: କରଣଙ୍କ ଉପରେ ରାଗିଛନ୍ତି ବିଜୟ ! ସାମ୍ନାକୁ ଆସିଲା କାରଣ...

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ ୧୦।୦୮: ବଲିଉଡ ଇଣ୍ଡଷ୍ଟ୍ରିରେ, କେବେ, କିଏ,  କାହା ଉପରେ ରାଗି ଯାଆନ୍ତି ତାହା ଜଣାପଡେ ନାହିଁ । ବର୍ତ୍ତମାନ ଖବର ଆସୁଛି ଯେ 'ଲାଇଗର' ତାରକା ବିଜୟ ଦେବରାକୋଣ୍ଡା ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଉପରେ ରାଗିଛନ୍ତି। ବାସ୍ତବରେ ବିଜୟ ଏବଂ ଅନନ୍ୟା ପାଣ୍ଡେ 'କଫି ୱିଥ୍‌କରଣ-୭'ର ଏପିସୋଡରେ ଭାଗ ନେଇଥିଲେ। ଏହି କନଭରସେସନ୍‌ରେ ବିଜୟ ଦେବରାକୋଣ୍ଡା 'ଚିଜ୍‌'ର କମେଣ୍ଟକୁ ଖାସ୍‌ ପସନ୍ଦ କରୁନଥିଲେ। ଯାହା ପରେ ସେ କରଣ ଜୋହରଙ୍କ ଉପରେ ରାଗି ଯାଇଛନ୍ତି।

କହିବାକୁ ଗଲେ ପାପାରାଜି ବିଜୟ ଦେବରାକୋଣ୍ଡାଙ୍କୁ 'ଚିଜ୍‌' କମେଣ୍ଟକୁ ମନେ ପକାଇଥିଲେ, ଯାହା ପରେ ବିଜୟ ବୋଧ ହୁଏ ଖୁସି ନଥିଲେ। ବରଂ ତାଙ୍କର ମୁଡ୍‌ ଖରାପ ହେବାର ଦେଖାଯାଉଥିଲା । କରଣ ଜୋହରରଙ୍କ ଏକ ଏପିସୋଡରେ ସାରା ଅଲି ଖାନଙ୍କୁ ପଚରାଯାଇଥିଲା ଯେ ସେ କାହାକୁ ଡେଟ କରିବାକୁ ଚାହୁଁଛନ୍ତି, ଯାହା ଉତ୍ତରରେ ସେ ବିଜୟ ଦେବରାକୋଣ୍ଡାଙ୍କ ନାମ ନେଇଥିଲେ। ଏହା ଉପରେ କରଣ ଜୋହର ଜାହ୍ନବୀ କପୁରଙ୍କୁ ବିଜୟଙ୍କୁ ପସନ୍ଦ କରନ୍ତି କି ବୋଲି ପଚାରିଥିଲେ। ଉଭୟ ଜାହ୍ନବୀ ଏବଂ ସାରା ଏକାଠି ବିଜୟଙ୍କୁ ଚିଜ୍‌ ବୋଲି କହିଥିଲେ।

ଅନନ୍ୟା ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇ କହିଥିଲେ କି 'ଚିଜ୍‌'  ଏହା କେମିତି ହୋଇପାରିବ। ଏହା ଶୁଣିବା ପରେ ବିଜୟଙ୍କ ମୁହଁରେ କନଫ୍ୟୁଜ୍‌ ଥିବା ଦେଖିବାକୁ ମିଳିଥିଲା। ଯାହାପରେ ଲାଗୁଥିଲା କି ତାଙ୍କ ମୁଡ ଖରାପ୍‌ ଅଛି । ହେଲେ ବର୍ତ୍ତମାନ ସେ ତାଙ୍କର ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.