ବିବାଦରେ 'ଲାଇଗର'ର ଗୀତ 'ଆଫତ୍‌', ସୋସିଆଲ୍‌ ମିଡିଆରେ ୟୁଜର୍ସ କଲେ ହଙ୍ଗାମା

Published By : Prameya-News7 Bureau | August 19, 2022 IST

ସାଉଥ୍‌ ସୁପର୍‌ଷ୍ଟାର୍‌ ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେଙ୍କ ‘ଲାଇଗର୍‌’କୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । ଏଥିପାଇଁ ଦୁହେଁ ଖୁବ୍‌ ପ୍ରୋମସନ କରୁନ୍ତି। ଚଳିତ ମାସ ୨୫ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ଏବେ କିନ୍ତୁ ଫିଲ୍ମର ଗୀତ ‘ଆଫତ୍‌’ ବିବାଦକୁ ଡାକିଛି । ଗୀତଟି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଅଛି । ଏଥିରେ ବିଜୟ ଦେବରକୋଣ୍ଡା ଓ ଅନନ୍ୟାଙ୍କ ଦମ୍‌ଦାର ଡ୍ୟାନ୍ସ ସହ ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିଣିଛି । କିନ୍ତୁ ଗୀତରେ ଏକ ପଦ ଅଛି ‘ଭଗୱାନ୍‌ କେ ଲିୟେ ଛୋଡ୍‌ ଦୋ ମୁଝେ, ଛୋଡ୍‌ ଦୋ ମୁଝେ’ । ତାହା ବିବାଦକୁ ଆଣିଛି।

କିନ୍ତୁ  ‘ଭଗୱାନ୍‌ କେ ଲିୟେ ଛୋଡ୍‌ ଦୋ ମୁଝେ’ ଡାଏଲଗ୍‌ ଅନନ୍ୟା କହୁଥିବା ଦେଖିବାକୁ ମିଳିଛି । ବିଜୟଙ୍କଠୁ ନିଜକୁ ବଞ୍ଚାଇ ସେ ଏହା କହୁଛନ୍ତି । ସାଧାରଣତଃ ପୁରୁଣା ଫିଲ୍ମର ରେପ୍‌ ସିନ୍‌ରେ ଶୁଣିବାକୁ ମିଳୁଥିଲା । ପ୍ରାୟ ପ୍ରତ୍ୟେକ ହିନ୍ଦୀ ଫିଲ୍ମରେ ଏହି ଡାଏଲଗ୍‌ ଥାଏ। ଫିଲ୍ମ ‘ଲାଇଗର୍‌’ର ‘ଆଫତ୍‌’ ଗୀତରେ ରେପ୍‌ ଡାଏଲଗ୍‌ ସାମିଲ କରାଯାଇଥିବାରୁ ୟୁଜର୍‌ ରାଗି ଯାଇଛନ୍ତି । ସୋସିଆଲ ମିଡିଆରେ ଗୀତକୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି । ୟୁଜର୍‌ ଉଲ୍ଲେଖ କରିଛନ୍ତି, ବଲିଉଡ୍‌ ଲଗାତାର ନିରାଶ କରୁଛି । ପ୍ରତ୍ୟେକ ଗୀତରେ ଝିଅମାନଙ୍କୁ କୌଣସି ବସ୍ତୁ ଭଳି ପରସାଯାଉଛି ।

ୟୁଜର୍‌ କହୁଛନ୍ତି, ଗୀତିକାରଙ୍କ ସୃଜନଶୀଳତା ମରିଯାଇଛି । ଅନେକ ୟୁଜର୍‌ ‘ଲାଲ୍‌ ସିଂହ ଚଡ୍‌ଢା’ ଭଳି ‘ଲାଇଗର୍‌’କୁ ମଧ୍ୟ ବୟକଟ୍‌ କରିବାକୁ ଦାବି କରିଛନ୍ତି। ଏଭଳି ଗୀତକୁ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ୟୁଜର୍‌ ଲେଖିଛନ୍ତି । ତେବେ ‘ଆଫତ୍‌’କୁ ନେଇ ବିବାଦ ଉପୁଜିବା ପରେ ଫିଲ୍ମ ମେକର୍‌ଙ୍କ ଚିନ୍ତା ବଢ଼ିଛି। ଗୀତରୁ ଏହି ଧାଡ଼ି ସେମାନେ ହଟାଇବେ କି ନାହିଁ, ତାହା ଦେଖିବାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.