ଲାଇଗରକୁ ନେଇ ଅଡୁଆରେ ଦେବରକୋଣ୍ଡା, ଦୀର୍ଘ ୧୨ ଘଣ୍ଟା ଧରି ଅଭିନେତାଙ୍କୁ ଜେରା କଲା ଇଡି
1/12/2022 at 10:32 AM

ହାଇଦ୍ରାବାଦ: ଲାଇଗର ଫିଲ୍ମକୁ ନେଇ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ବୁଧବାର ପଚରା ଉଚୁରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଇଡି ତାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିଛି। ଦେବରକୋଣ୍ଡାଙ୍କୁ ଇଡି ସକାଳ ୯ଟା ୩୦ରୁ ରାତି ପ୍ରାୟ ୯ଟା ଯାଏଁ ପଚରା ଉଚୁରା କରିଥିଲା। ଦେବରକୋଣ୍ଡାଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ଲାଇଗର ଫଣ୍ଡିଂକୁ ନେଇ ଇଡି ଅଭିନେତାଙ୍କୁ ପଚରା ଉଚୁରା କରିଛି।
ଇଡି ଏହି ଫିଲ୍ମକୁ ନେଇ କେବଳ ଦେବରକୋଣ୍ଡା ନୁହନ୍ତି ଫିଲ୍ମର ନିର୍ମାତା ଚାରମି କୌରଙ୍କୁ ପଚରା ଉଚୁରା କରିଥିଲା। କୌରଙ୍କୁ ଇଡି ନଭେମ୍ବର ୧୭ରେ ପଚରା ଉଚୁରା କରିଥିଲା। ଏହି ସମୟରେ ବିଦେଶୀ ମୁଦ୍ର ପ୍ରବନ୍ଧନ ଅଧିନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ଇଡି ଜେରା କରିଥିଲା।
ସୂଚନାଯୋଗ୍ୟ, ଲାଇଗର ଫିଲ୍ମ ମାଧ୍ୟମରେ ସାଉଥ୍ ଆକ୍ଟର ବିଜୟ ଦେବୋରକୋଣ୍ଡା ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ବଜେଟ୍ ୧୦୦ କୋଟି ରହିଥିଲା। ଫିଲ୍ମରେ ଆମେରିକାନ୍ କିମ୍ବଦନ୍ତୀ ବକ୍ସିଂ ମାଇକ୍ ଟାଇସନ ମଧ୍ୟ ନଜର ଆସିଥିଲେ। ଅବଶ୍ୟ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନଥିଲା। ଫିଲ୍ମ ୨୫ ଅଗଷ୍ଟରେ ରିଲିଜ୍ ହୋଇଥିଲା। ଫିଲ୍ମରେ ବିଜୟଙ୍କ ଦେବରକୋଣ୍ଡାଙ୍କ ସହ ଅନନ୍ୟା ପାଣ୍ଡେ ଏବଂ ରାମ୍ୟା କୃଷ୍ଣନ ଭଳି ପ୍ରମୁଖ ତାରକାଙ୍କୁ ମଧ୍ୟ ଲିଡ୍ ରୋଲ୍ରେ ଦେଖିବାକୁ ମିଳିଥିଲା।