ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ
21/12/2022 at 3:01 PM

ଗଜପତି ୨୧।୧୨ : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଗଜପତି ଜିଲ୍ଲା କାଶୀନଗର ଏନ୍ଏସି ଜେଇ ନରେନ୍ଦ୍ର କୁମାର ସାହୁଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚାଲିଛି ଚଢାଉ ।
ଖବର ଅନୁଯାୟୀ, ଏକ ବିଲ୍ ପାସ୍ କରାଇଦେବାକୁ ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ ଗଜପତି ଜିଲ୍ଲା କାଶୀନଗର ଏନ୍ଏସିର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁ । ଠିକ୍ ଏହି ସମୟରେ ଭିଜିଲାନ୍ସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ନଗଜ ଟଙ୍କା ଜବତ ସହ ନରେନ୍ଦ୍ର ସାହୁଙ୍କୁ ଗିରଫ ମଧ୍ୟ କରିଛି ଭିଜିଲାନ୍ସ । ଏହାସହିତ ନରେନ୍ଦ୍ରଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023