ଆହୁରି ନିରପେକ୍ଷ ହେବ ଭିଜିଲାନ୍ସ, ଲୋକାୟୁକ୍ତ ଅଧିନକୁ ଆସିବ, ବାର୍ଷିକ ରିପୋର୍ଟରେ ଉଲ୍ଲେଖ

Published By : Prameya-News7 Bureau | August 22, 2020 IST

ଭୁବନେଶ୍ୱର, ୨୨|୦୮: ଲୋକୟୁକ୍ତଙ୍କ ବାର୍ଷିକ ରିର୍ପୋଟ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଲୋକାୟୁକ୍ତ ଅଧୀନକୁ ଭିଜିଲାନ୍ସ ଆସିବା ପାଇଁ ବାର୍ଷିକ ରିର୍ପୋଟରେ ଉଲ୍ଲେଖ କରିଛନ୍ତି ଲୋକୟୁକ୍ତ। କାରଣ ବଡ ବଡ ଦୁର୍ନୀତିର ତଦନ୍ତ ଲୋକୟୁକ୍ତ ଭିଜିଲାନ୍ସକୁ ଦେଉଛନ୍ତି। ତେଣୁ ତଦନ୍ତ ଆହୁରି ନିରପେକ୍ଷ କରିବାକୁ ଏବେ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ଅଧୀନକୁ ଆଣିବାକୁ ବାର୍ଷିକ ରିର୍ପୋଟରେ ଉଲ୍ଲେଖ କରିଛନ୍ତି। ଏଭଳି ରିର୍ପୋଟ ପଦାକୁ ଆସିବା ପରେ ବିରୋଧୀ  ତୁରନ୍ତ ଭିଜିଲାନ୍ସକୁ ଲୋକୟୁକ୍ତ  ଅଧୀନକୁ ଦେବାକୁ ଦାବି କରିଛନ୍ତି । ତେବେ ପୂବର୍ତନ ପ୍ରଶାସକ କହିବା କଥା ଭିଜିଲାନ୍ସ ଲୋକୟୁକ୍ତଙ୍କ ଅଧୀନକୁ ଗଲେ ଲୋକାୟୁକ୍ତଙ୍କ ଭାର ବଢ଼ିଯିବ । ଫଳରେ ଲୋକୟୁକ୍ତ ଗଠନର ଉଦ୍ଦେଶ୍ୟ ସାଧିତ ହେବ ନାହିଁ ।

{"id":318585,"sizeSlug":"large"}

ଲୋକାୟୁକ୍ତ ଅଧୀନକୁ ଭିଜିଲାନ୍ସ ଆସିବା ଦରକାର କି ? ଭିଜିଲାନ୍ସ ଆସିଲେ ସଶକ୍ତ ହେବକି ଲୋକାୟୁକ୍ତ ? ଲୋକୟୁକ୍ତ ଏବଂ ଭଜିଲାନ୍ସ ଏକାଠି ହେଲେ ତଦନ୍ତ ତ୍ବରିତ ହେବକି ? ଏସବୁ ପ୍ରଶ୍ନ ଉପରେ ବିର୍ତକ ଆଗକୁ ନିଶ୍ଚିତ ହେବ । ହେଲେ ଲୋକାୟୁକ୍ତ ଯେଉଁ କାରଣ ପାଇଁ ଗଠନ ହୋଇଛି ତାହା କଣ ସମ୍ଭବ ହେଉ ନାହିଁ କି ଏଭଳି ପ୍ରଶ୍ନ ଏବେ ଉଙ୍କି ମାରିଛି । ଲୋକୟୁକ୍ତ ତାଙ୍କ ବାର୍ଷିକ ରିର୍ପୋଟରେ ଭିଜିଲାନ୍ସକୁ ନିଜ ଅଧୀନକୁ ଆଣିବାକୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ଏଭଳି କିଛି ପ୍ରଶ୍ନକୁ ସମ୍ନାକୁ ଆଣିଛି। ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ଲୋକୟୁକ୍ତ ଗଠନ ହୋଇଛି । ଅର୍ଥାତ ଯେଉଁଠି ପୋଲିସ କିମ୍ବା ଭିଜିଲାନ୍ସର ହାତ ପହଞ୍ଚି ପାରିବନି ସେଠି ଲୋକାୟୁକ୍ତ ହସ୍ତକ୍ଷେପ କରିବେ। ଆଇଏଏସ, ଆଇପିଏସ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ଯାଏଁ ସବୁ ବଡବଡିଆଙ୍କ ଦୁର୍ନୀତି ଉପରୁ ପରଦା ଉଠାଇବେ। ସେପଟେ ଭିଜିଲାନ୍ସ ତଳସ୍ତରରୁ ଦୁର୍ନୀତିକୁ ଧରୁଥିବା ବେଳେ ଭିଜିଲାନ୍ସକୁ ନିଜ ପକ୍ଷକୁ ଆଣିବାକୁ ଲୋକୟୁକ୍ତଙ୍କ ପ୍ରସ୍ତାବ ଭିନ୍ନ ବର୍ତ୍ତା ଦେଉଛି।

{"id":318586,"sizeSlug":"large"}

ଏମିତି ବି ତଦନ୍ତ ବେଳେ ଭିଜିଲାନ୍ସ ସାହାରା ନେଉଛନ୍ତି ଲୋକୟୁକ୍ତ। ସେଥିପାଇଁ ଯଦି ଲୋକାୟୁକ୍ତ ଅଧୀନକୁ ଭିଜିଲାନ୍ସ ଆସନ୍ତା ତେବେ ତଦନ୍ତ ଆହୁରି ଭଲ ହୁଅନା ଓ କାହାର ପ୍ରଭାବ ରହୁନ୍ତା ନାହିଁ ବୋଲି ବିରୋଧୀ କହୁଛନ୍ତି । ତେଣୁ ତୁରନ୍ତ ସରକାର ଲୋକାୟୁକ୍ତ ଅଧୀନକୁ ଭିଜିଲାନ୍ସକୁ ଆଣନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ଏପଟେ ବିଜେଡି କହିଛି ଏହି ପ୍ରସଙ୍ଗ ଏବେ ସମ୍ନାକୁ ଆସିଛି ତେଣୁ ସରକାର ଆଇନ ଅନୁସାରେ ସଠିକ୍‌ ନିଷ୍ପତ୍ତି ନେବେ। ଗତ ବର୍ଷ ଏପ୍ରିଲରୁ ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା ଲୋକାୟୁକ୍ତଙ୍କ ପାଖେ ୧୫୨୬ ମାମଲା ରୁଜୁ ହୋଇଛି। ସେଥିରୁ ୮୨୦ଟି ମାମଲାର ବିଚାର ସରିଲାଣି । ୧୨୨୩ ଅଣ ଦୁର୍ନୀତି ମାମଲାକୁ ବିଭିନ୍ନ ବିଭାଗକୁ ସ୍ଥାନାନ୍ତରିତ କରିଛନ୍ତି ଲୋକାୟୁକ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.